ପୋଷ୍ଟ ପେମେଣ୍ଟ ବ୍ୟାଙ୍କକୁ ୮୨୦ କୋଟିର ସହାୟତା

କେନ୍ଦ୍ର ସରକାର ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ପାଇଁ ୮୨୦ କୋଟିର….

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ପାଇଁ ୮୨୦ କୋଟିର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହି ବ୍ୟାଙ୍କ ପ୍ରତିଷ୍ଠା ସଂକ୍ରାନ୍ତ ପ୍ରକଳ୍ପ ବ୍ୟୟ ଅଟକଳ ରାଶିକୁ ୧୪୩୫ କୋଟିରୁ ୨୨୫୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଫଳରେ ସରକାର ଏଥିପାଇଁ ଅତିରିକ୍ତ ୮୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏନେଇ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଥିବା ସୂତ୍ରରୁ ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଦେଶରେ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ୫ କୋଟିରୁ ଅଧିକ ଆକାଉଣ୍ଟ ରହିଛି । ଏହା ୧.୩୬ ଲକ୍ଷ ଶାଖା ସାହାଯ୍ୟରେ ପରିଚାଳିତ ହେଉଛି ।