କୋଭିଡ ପଜିଟିଭ ଚିହ୍ନଟ ହେଲେ କରୀନା ଓ ଅମୃତା

ମୁମ୍ବାଇ : ବଲିଉଡରେ ଏଣ୍ଟ୍ରି କଲା କୋଭିଡ । ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଏବଂ ତାଙ୍କର ବନ୍ଧୁ ଅମୃତା ଆରୋଡା କୋଭିଡ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏନେଇ କରୀନା ତାଙ୍କ ଇନଷ୍ଟାଗ୍ରାମରେ ଏକ ବିବୃତ୍ତି ସେୟାର କରି ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରିବାକୁ କହିଛନ୍ତି । ବିଏମସି ମଧ୍ୟ କରୀନାଙ୍କ ବାସଭବନକୁ ସିଲ୍‌ କରିଛି ।

ପୂର୍ବରୁ ବିଏମସି ଏକ ବିବୃତ୍ତିରେ କହିଥିଲା କରୀନା କପୁର ଖାନ ଏବଂ ଅମୃତା ଆରୋଡାଙ୍କ କୋଭିଡ ରିପୋର୍ଟ ସକରାତ୍ମକ ହୋଇଛି । ଉଭୟେ କୋଭିଡ ନିୟମ ଉଲ୍ଲଂଘନ କରିବା ସହ ଅନେକ ପାର୍ଟିରେ ଯୋଗ ଦେଇଥିଲେ । ବିଏମସି ଉଭୟ ଅଭିନେତ୍ରୀଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ କୋଭିଡ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଛି । କରୀନା-ଅମୃତା ସେମାନଙ୍କ ସାଙ୍ଗମାନଙ୍କ ସହିତ ପାର୍ଟି କରିଥିଲେ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା ।