ଟେଷ୍ଟରୁ ସନ୍ୟାସୀ ନେଇପାରନ୍ତି ଜାଡେଜା!

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ନେଇ ବଡ ଖବର ମିଳିଛି । ଦମଦାର ପ୍ରଦର୍ଶନ କରୁଥିବା ରବୀନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟକୁ ଅଲବିଦା କହିପାରନ୍ତି । ସେ କିଛିଦିନ ଧରି କ୍ରିକେଟର ସମସ୍ତ ଫର୍ମାଟରେ ଦମଦାର ପ୍ରଦର୍ଶନ କରୁଛନ୍ତି । କିନ୍ତୁ କିଛିଦିନ ହେଲା ସେ ଲଗାତାର ଭାବେ ଆହତ ଜନୀତ ସମସ୍ୟା ଦେଇ ଗତି କରୁଛନ୍ତି । ଏଥିପାଇଁ ସେ ଦଳରୁ ବାଦ ପଡିଥିବା ନଜିର ମଧ୍ୟ ରହିଛି ।

ସେହିପରି କେବଳ ଦିନିକିଆ ଏବଂ ଟି-୨୦କୁ ଫୋକସ୍‌ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳୁଛି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜାଡେଜା ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଚିନ୍ତା କରୁଛନ୍ତି । ଏବେ ଆହତ କାରଣରୁ ସେ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ମଧ୍ୟ ଦଳରେ ସାମିଲ ହୋଇନାହାନ୍ତି । ଅନ୍ୟପକ୍ଷରେ ସୀମିତ ଓଭର କ୍ରିକେଟକୁ ଫୋକସ୍‌ କରିବା ପାଇଁ ସେ ଟେଷ୍ଟ କ୍ରିକେଟରୁ ସନ୍ୟାସୀ ନେଇପାରନ୍ତି ବୋଲି ଜଣାପଡିଛି ।