ଭାରତରେ ଦିଆଯିବ ବୁଷ୍ଟର ଡୋଜ!

ନୂଆଦିଲ୍ଲୀ : କେନ୍ଦ୍ର ସରକାର କରୋନାର ବୁଷ୍ଟର ଡୋଜ ନେଇ ଚାଲିଥିବା ଗବେଷଣା ସମ୍ପର୍କିତ ତଥ୍ୟ ଦିଲ୍ଲୀ ହାଇକୋର୍ଟରେ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର କହିଛନ୍ତି ଏନଟିଜିଏଆଇର ବୈଜ୍ଞାନିକମାନଙ୍କ ସହିତ କରୋନା ଟୀକା ଓ ବୁଷ୍ଟର ଡୋଜ ଟୀକାର ଆବଶ୍ୟକତା ଉପରେ ବିଚାର ବିମର୍ଶ କରାଯାଉଛି । ଖୁବଶୀଘ୍ର ଏହାର ଫଳାଫଳ ଆସିବାକୁ ଯାଉଛି ।

ଅଦାଲତରେ କେନ୍ଦ୍ର ସରକାର କହିଛନ୍ତି ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅନ ଇମ୍ୟୁନାଇଜେସନ ଓ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ ଭାକ୍ସିନ ଆଡମିନିଷ୍‌ଟ୍ରେସନ ଭାରତରେ ଭାକ୍ସିନ ଦ୍ୱାରା ସଫଳ ହୋଇଥିବା କରୋନା ମୁକାବିଲାର ପରିସଂଖ୍ୟାନକୁ ବିଶ୍ଳେଷଣ କରି ବର୍ତ୍ତମାନ ଉପଲବ୍ଧ ଥିବା ଟିକାର ପ୍ରଭାବଶୀଳତା ଉପରେ ବିଚାର କରୁଛନ୍ତି । କୋଭିଡ-୧୯ ଟିକାର ବୁଷ୍ଟର ଡୋଜ ଉପରେ ବହୁତ ଶୀଘ୍ର ନିଷ୍ପତ୍ତି ନିଆଯିବ । ଏନଟିଜିଏଆଇ ଓ ଏନଇଜିବିଏସି ଦୁଇଟି ବିଶେଷଜ୍ଞ ସଂସ୍ଥା ରହିଛି । ଯାହା ମିଳିତ ଭାବେ ଦେଶରେ ଟିକାକରଣରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବାର କାମ କରନ୍ତି ।