ଜନ୍‌ଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ!

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ଜନ୍‌ ଅବ୍ରାହମ୍‌ ଏପରି ଏକ କାର୍ଯ୍ୟ କରିଛନ୍ତି ଯାହା ସମସ୍ତ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜନଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ସମସ୍ତ ପୋଷ୍ଟ ହଟାଇ ଦିଆଯାଇଛି । ଆସନ୍ତା ୧୭ରେ ଜନ୍‌ ତାଙ୍କର ୪୯ ତମ ଜନ୍ମଦିନ ପାଳନ କରିବେ ।

ସେ ତାଙ୍କ ଜନ୍ମଦିନର କିଛି ଦିନ ପୂର୍ବରୁ ସମସ୍ତ ସୋସିଆଲ ମିଡିଆ ପୋଷ୍ଟ ଡିଲିଟ୍‌ କରିଦେଇଛନ୍ତି । ସ୍କ୍ରିନ୍‌ ସଟରୁ ସ୍ପଷ୍ଟ ଦେଖାଯାଉଛି ଯେ ଜନଙ୍କ ସମସ୍ତ ଡିଟେଲ୍‌, ଫଟୋ ଏବଂ ଭିଡିଓକୁ ଡିଲିଟ୍‌ କରି ଦିଆଯାଇଛି । ତାଙ୍କର କୌଣସି ପୋଷ୍ଟ ନଜର ଆସୁନାହିଁ । ୟୁଜର୍ସ ଅନୁମାନ କରୁଛନ୍ତି ଏହି କାମ କୌଣସି ହ୍ୟାକର୍‌ କରିଛନ୍ତି ।