କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରୋନା

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରୋନା….

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ସୋନିଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୋନିଆଙ୍କ ବ୍ୟତୀତ ପାର୍ଟି ନେତା କେସୀ ବେଣୁଗୋପାଳ ବି କରୋନାରେ ସଂକ୍ରମିତ ହୋଇଛନ୍ତି । କଂଗ୍ରେସର ଅନେକ ନେତାଙ୍କଠାରେ କରୋନା ଲକ୍ଷଣ ମିଳିଥିବାରୁ ସଭିଙ୍କୁ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଛି । କଂଗ୍ରେସ ତରଫରୁ କୁହାଯାଇଛି ଯେ, ଗତ କିଛିଦିନ ହେବ ସୋନିଆ ଗାନ୍ଧୀ ପାର୍ଟିର ଅନେକ ନେତାଙ୍କୁ ଭେଟିଥିଲେ । ସେଥିମଧ୍ୟରୁ କିଛି ନେତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋନିଆଙ୍କଠାରେ ସାମାନ୍ୟ ଜ୍ୱର ଦେଖିବାକୁ ମିଳିବାରୁ କରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ସୋନିଆ ନିଜକୁ ଆଇସୋଲେଟ କରି ନେଇଛନ୍ତି ।