ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ଗସ୍ତ କରିବେ । ସେଠାରେ ସେ ୟୁପି ଇନଭେସଷ୍ଟର୍ସ ସମିଟ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ଗସ୍ତ କରିବେ । ସେଠାରେ ସେ ୟୁପି ଇନଭେସଷ୍ଟର୍ସ ସମିଟର ଗ୍ରାଉଣ୍ଡ ବ୍ରେକିଂ ସମାରୋହରେ ଅଂଶଗ୍ରହଣ କରିବେ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୧ଟାରେ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ପହଞ୍ଚିବେ । ଦ୍ୱିପ୍ରହର ୧ଟା ୪୫ ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ମୋଦୀ କାନପୁର ଦେହାତସ୍ଥିତ ପରୁଁଖ ଗାଁ ଯବେ । ଏଠାରୁ ରାଷ୍ଟ୍ରପତିଙ୍କ ସହ ପାଥରୀ ମାତା ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି ।