ଚୀନରେ କରୋନା ତାଣ୍ଡବ: ଘୁଞ୍ଚଚଲା ଏସିୟାନ ଗେମ୍ସ

ଚୀନରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋରନା ସଂକ୍ରମଣ…

ନୂଆଦିଲ୍ଲୀ: ଚୀନରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋରନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ସେପ୍ଟେମ୍ବରରେ ହେବାକୁ ଥିବା ଏସିୟାନ ଗେମ୍ସକୁ ଘୁଞ୍ଚାଯାଇଛି । ଏସିୟା ଅଲିମ୍ପିକ କାଉନସିଲ ସୂଚନା ଦେଇଥିବା ବେଳେ ଏସିୟାନ ଗେମ୍ସର ତାରିଖ ବଦଳିବ ବୋଲି କହିଛନ୍ତି । ଏହା ଆଗକୁ କେବେ ଆୟୋଜନ କରାଯିବ ସେ ବାବଦେ ଖୁବ୍‌ ଶୀଘ୍ର ଘୋଷଣା ହେବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ଏସିୟାନ ଗେମ୍ସର ଆୟୋଜନ ୧୦ରୁ ୨୫ ସେପ୍ଟେମ୍ବର ମଧ୍ୟରେ ହେବାର ଥିଲା । କିନ୍ତୁ ଏବେ ଚୀନରେ କରୋନା ସଂକ୍ରମଣ ପାଇଁ ୨୬ ସହର କଡା ଲକଡାଉନ ହୋଇଥିବାବେଳେ ଏସିୟାନ ଗେମ୍ସ ନୁହେଁ ଅନେକ ଅନ୍ତର୍ଜାତୀୟ କ୍ରିଡା ପ୍ରତିଯୋଗୀତା ମଧ୍ୟ ଚୀନରେ କରୋନା ଯୋଗୁ ରଦ୍ଦ ହେଉଛି ।