ଏହି କମ୍ପାନୀରେ ଶୋଇବାକୁ ୩୦ ମିନିଟ୍‌ ବ୍ରେକ!

ବେଙ୍ଗାଲୁରୁର ଏକ ଷ୍ଟାର୍ଟ ଅପ କମ୍ପାନୀ କାର୍ଯ୍ୟ ଦିବସରେ ନିଜ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା…

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଏକ ଷ୍ଟାର୍ଟ ଅପ କମ୍ପାନୀ କାର୍ଯ୍ୟ ଦିବସରେ ନିଜ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରି ସେମାନଙ୍କ ମନ ଜିଣି ନେଇଛି ଏହି କମ୍ପାନୀ । ଡ୍ୟୁଟି ସମୟରରେ ଦିନରେ ୩୦ ମିନିଟ ବିଶ୍ରାମ ନେଇପାବେ ବୋଲି କମ୍ପାନୀ ଘୋଷଣା କଣିଛି । ଯେଉଁଥିରେ କର୍ମଚାରୀ ଶୋଇଥିବାର ୨ଟି ଫଟୋ ମଧ୍ୟ ସେୟାର କରିଛନ୍ତି । ୱେକଫିଟଙ୍କ ସହ ସଂସ୍ଥାପକ ଚୈତନ୍ୟ ରାମଲିଙ୍ଗ ଗୌଡା ନିକଟରେ ସହକର୍ମୀମାନଙ୍କୁ ଏକ ଅନ୍ତରୀଣ ମେଲ ପଠାଇ କର୍ମଚାରୀଙ୍କୁ ଅପରାହ୍ନ ୨ଟାରୁ ସାଢେ ୨ଟା ମଧ୍ୟରେ ଶୋଇପାରିବେ ବୋଲି ସୂଚିତ କରିଥିଲେ । ଏଥିରେ ୩୦ ମିନିଟର ଏକ ସାମାନ୍ୟ ନିଦ ଲାଭଦାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ୨୬ ମିନିଟର କେଟନେପ ପ୍ରଦର୍ଶନକୁ ୩୩ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦେଇପାରେ ।