ସାଉଥର ସୁପରଷ୍ଟାର ଚିରଞ୍ଜୀବୀଙ୍କୁ କରୋନା

ନୂଆଦିଲ୍ଲୀ : ସାଉଥର ସୁପରଷ୍ଟାର ଚୀରଞ୍ଜୀବୀ କୋଭିଡ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ଏ ନେଇ ସେ ଟ୍ୱିଟ କରି ଜଣାଇଛନ୍ତି । ସେ କହିଛନ୍ତି ମୋର ସାମାନ୍ୟ ଲକ୍ଷଣ ଦେଖାଦେବାରୁ ମୁଁ ନିଜର କୋଭିଡ ଟେଷ୍ଟ କରିଥିଲି ଓ ରିପୋର୍ଟ ପଜିଟିଭ ଆସିଲା । ବର୍ତ୍ତମାନ ମୁଁ ନିଜକୁ ଆଇସୋଲେଟ କରି ରହିଛି । ସେ କହିଛନ୍ତି ଯେ, ଯଦି କେହି ମୋ ସଂସ୍ପର୍ଶରେ ଆସିଥାଅ ତେବେ ନିଜର କୋଭିଡ ଟେଷ୍ଟ କରାଇନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ।