ଫିଟନେସ୍‌ ପରୀକ୍ଷାରେ ପାସ୍‌ ହେଲେ ରୋହିତ

ନୂଆଦିଲ୍ଲୀ : ଭାରତ-ଦକ୍ଷିଣ ଆଫ୍ରିକା ସିରିଜରୁ ଆହତ ସମସ୍ୟା ଲାଗି ବାଦ ପଡିଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ଦଳକୁ ଫେରିଛନ୍ତି । ଅଧିନାୟକ ରୋହିତ ଶର୍ମା ନିଜର ଫିଟନେସ୍‌ ପରୀକ୍ଷାରେ ପାସ ହୋଇଛନ୍ତି । ବର୍ତ୍ତମାନ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ ପାଇଁ ଅଧିନାୟକ ଦାୟିତ୍ୱ ତୁଲାଇବେ ।

ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ରୋହିତ ଆହତ କାରଣରୁ ଉଭୟ ଟେଷ୍ଟ ଏବଂ ସୀମିତ ଓଭର କ୍ରିକେଟରୁ ବାଦ ପଡିଥିଲେ । ସେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀରେ ଥିଲେ ଏବଂ ସୁସ୍ଥ ହୋଇ ଫିଟନେସ୍‌ ଉପରେ କାମ କରୁଥିଲେ । ଏବେ ଫିଟନେସ୍‌ ଟେଷ୍ଟ ପାସ୍‌ କରିବା ପରେ ବର୍ତ୍ତମାନ ରୋହିତ ସଂପୂର୍ଣ୍ଣ ଭାବେ ଫିଟ ହୋଇଛନ୍ତି । ଆସନ୍ତା ଫେବୃଆରୀରୁ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ୍‌ ଆରମ୍ଭ ହେବ ।