ନୂଆଦିଲ୍ଲୀ: ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କ ନୂଆ ନାଁ ‘ମନି….ସ୍..ସ୍..ସ୍’ । ସାମ୍ବାଦିକ ସମ୍ମିଳନୀରେ ଏହି ଉଚ୍ଚାରଣଟିକୁ ଏପରି ଭାବରେ କରିଥିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଯାହା ଆପ୍’ର ଅସଲ ସ୍ୱରୂପକୁ ପଦାରେ ପକାଇଥିଲା । ଏମିତି ଦେଖିଲେ, ଦୁର୍ନୀତି ବୃକ୍ଷରେ କେଜ୍ରିୱାଲ ଡାଳେ ଡାଳେ ଗଲେ, ମୋଦୀ ପତରେ ପତରେ ଯିବା ଲୋକ । ତା’ ନହୋଇଥିଲେ, ୨୦୧୪ରେ ବିଜେପି ପାଣ୍ଠିର ପରିମାଣ ୩୦୦ କୋଟି ଥିଲାବେଳେ ଏବେ ତାହା ୨୪୦୦ କୋଟିକୁ ଟପି ନଥାନ୍ତା ।
ଦୁର୍ନୀତି କଥା ଉଠିଲେ, ଆମେ କେବଳ ଆପ୍କୁ ଦାୟୀ କରିବା ପକ୍ଷପାତିତା ହେବ । ଦୁଇ ଜାତୀୟ ରାଜନୈତିକ ଦଳ ଦୁର୍ନୀତିର ମହାଦ୍ରୁମ । ଏହି ଦୁଇ ଜାତୀୟ ଦଳ ସାମ୍ନାରେ ଆଉ ସବୁ ରାଜନୈତିକ ଦଳ ଫିକା । ମନିଷ ସିସୋଦିୟାଙ୍କୁ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଅନୁରାଗଙ୍କ ଇଶାରା ଥିଲା, ଟଙ୍କା କମାଅ ଓ ନିରବ ରୁହ । କଥା କ’ଣ କି? ଗତକାଲି ସିବିଆଇ ଚଢ଼ଉର ଶିକାର ହୋଇ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ତା’କୁ ବିଜେପିର ଷଡ଼ଯନ୍ତ୍ର କହିବାରୁ ଆଜି ଠାକୁର ତୁଣ୍ଡ ଖୋଲିଛନ୍ତି । ଠାକୁର କହିଛନ୍ତି, ଦିଲ୍ଲୀ ସରକାରଙ୍କ ମଦ ଦୁର୍ନୀତିର ମାଷ୍ଟର ମାଇଣ୍ଡ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସିସୋଦିୟା ମାମୁଲି କଣ୍ଢେଇ । କେନ୍ଦ୍ରମନ୍ତ୍ରୀ ଠାକୁରଙ୍କ ମନ୍ତବ୍ୟ ଶୁଣିବା ପରେ ଆପ୍ ରାଜ୍ୟସଭା ସଭ୍ୟ ସଞ୍ଜୟ ସିଂହ ତୀବ୍ର ପ୍ରତିବାଦ କରି ଠାକୁରଙ୍କୁ ଇତିହାସ ପଢ଼ିବାକୁ ପରାମର୍ଶ ଦେଇଛନ୍ତି । ଇତିହାସ ଅର୍ଥ ଆପଣମାନେ ବୁଝି ପାରୁଛନ୍ତି ତ?
Prev Post