କେରଳ ପାଖରେ ନିଜସ୍ୱ ଇଣ୍ଟରନେଟ ସେବା

କେରଳ ଦେଶର ଏଭଳି ରାଜ୍ୟ, ଯେଉଁଠାରେ ନିଜସ୍ୱ ଇଣ୍ଟନେଟ ସେବା…

ଥିରୁଅନନ୍ତପୁରମ : କେରଳ ଏବେ ଦେଶର ଏଭଳି ରାଜ୍ୟ ହୋଇଛି ଯାହା ପାଖରେ ନିଜସ୍ୱ ଇଣ୍ଟରନେଟ ସେବା ରହିଛି । କେରଳ ଫାଇଭର ଅଫ୍ଟିକ ନେଟୱର୍କ ଲିମିଟେଡକୁ ଦୂରସଂଚାର ବିଭାଗରୁ ଇଣ୍ଟରନେଟ ସେବା ପ୍ରଦାନକାରୀ ଲାଇସେନ୍ସ ମିଳିଯାଇଛି ।

ମୁଖ୍ୟମନ୍ତ୍ରୀ ପି ବିଜୟନ ଗୁରୁବାର କହିଛନ୍ତି ଯେ, କେରଳ ଦେଶର ଏଭଳି ରାଜ୍ୟ, ଯେଉଁଠାରେ ନିଜସ୍ୱ ଇଣ୍ଟନେଟ ସେବା ରହିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲାଇସେନ୍ସ ମିଳିବା ପରେ ସମାଜରେ ଡିଜିଟାଲ ବିଭାଜନକୁ ହ୍ରାସ କରିବାକୁ ପ୍ରକଳ୍ପ ଭାବେ କାମ ଆରମ୍ଭ କରାଯାଇପାରିବ ।

ବିଜୟ ଟୁଇଟ କରି କହିଛନ୍ତି ଯେ, ନିଜର ଇଣ୍ଟରନେଟ ସେବା ଯୋଗାଇବା ଦେଶର ଏକମାତ୍ର ରାଜ୍ୟ ହୋଇପାରିଛି । ସେ ଟୁଇଟ୍‌ କରି ଲେଖିଛନ୍ତି ଯେ, କେରଳ ନିଜର ଇଣ୍ଟରନେଟ ସେବା ସହିତ ଦେଶରେ ଏକମାତ୍ର ରାଜ୍ୟ ହୋଇପାରିଛି ।