ସ୍ୱାଧୀନତା ଦିବସରେ ବନ୍ଦ ହେବନି ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ

ସ୍ୱାଧୀନତା ଦିବସ-୨୦୨୨ ଅବସରରେ ଉତ୍ତର ପ୍ରଦେଶରେ କୌଣସି ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ..

ଲକ୍ଷନଉ: ସ୍ୱାଧୀନତା ଦିବସ-୨୦୨୨ ଅବସରରେ ଉତ୍ତର ପ୍ରଦେଶରେ କୌଣସି ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରିହବ ନାହିଁ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଉତ୍ସାହ ପାଳନ କରାଯାଉଛି । ଏହି ଭଳି ଏକ ସମୟରେ ଉତ୍ତର ପ୍ରଦେଶ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନେଇଛନ୍ତି ।

କୁହାଯାଇଛି ଯେ, ଅଗଷ୍ଟ ୧୧ରୁ ୧୭ ପର୍ଯ୍ୟନ୍ତ ଏକ ସପ୍ତାହ ପାଇଁ ସ୍ୱାଧୀନତା ସପ୍ତାହ ପାଳନ କରାଯିବ । ଏଥିରେ ସମସ୍ତ ଘରେ ଓ ସରକାର, ଘରୋଇ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ତଥା ସର୍ବସାଧାରଣ ସ୍ଥଳୀରେ ଜାତୀୟ ପତାକା ଉଡିବ ।

ଉତ୍ତର ପ୍ରଦେଶ ସରକାର ୭୫ତମ ସ୍ୱାଧୀନତା ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଐତିହାସିକ ପଦକ୍ଷେପ ନେଇଛନ୍ତି । ତେଣୁ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟଗୁଡିକ ବନ୍ଦ ନ ରଖି ଉତ୍ସବ ପାଳନ କରିବାକୁ ପଦକ୍ଷେପ ନେଇଛନ୍ତି ।