ନୂଆଦିଲ୍ଲୀ: ଦୀର୍ଘକାଳୀନ ଅଭିବୃଦ୍ଧି ବଜାୟ ରଖିବା ପାଇଁ, ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ମିଶନ-ମୋଡ୍ ସଂସ୍କାର ପାଇଁ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗର ପ୍ରଖ୍ୟାତ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ଏକ ଗୋଷ୍ଠୀଙ୍କ ସହିତ ଆଲୋଚନା କରିଥିଲେ। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ୨୦୪୭ ମସିହା ପର୍ଯ୍ୟନ୍ତ ଭାରତର ଯାତ୍ରାର ମୂଳ ସ୍ତମ୍ଭଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ବିକଶିତ ଭାରତକୁ ଏକ ଜାତୀୟ ଆକାଂକ୍ଷା ଭାବରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଦୃଷ୍ଟିକୋଣ ସରକାରୀ ନୀତିକୁ ଅତିକ୍ରମ କରି ଏକ ପ୍ରକୃତ ଜନ ଆକାଂକ୍ଷାରେ ପରିଣତ ହୋଇଛି। ଏହି ପରିବର୍ତନ ଶିକ୍ଷା, ବ୍ୟବହାର ଏବଂ ବିଶ୍ୱ ଗତିଶୀଳତାର ବିକଶିତ ଢାଂଚାରେ ସ୍ପଷ୍ଟ, ଯାହା ଏକ ବର୍ଦ୍ଧିତ ଆକାଂକ୍ଷାବାଦୀ ସମାଜର ଆବଶ୍ୟକତା ପୂରଣ କରିବା ପାଇଁ ବର୍ଦ୍ଧିତ ସଂସ୍ଥାଗତ କ୍ଷମତା ଏବଂ ସକ୍ରିୟ ଭିତିଭୂମି ଯୋଜନା ଆବଶ୍ୟକ କରୁଛି।
ପ୍ରଧାନମନ୍ତ୍ରୀ ବିଶ୍ୱ କ୍ଷମତା ନିର୍ମାଣ ଏବଂ ବିଶ୍ୱ ସମନ୍ୱୟ ହାସଲ କରିବା ପାଇଁ ମିଶନ-ମୋଡ୍ ସଂସ୍କାରର ଆବଶ୍ୟକତା ଉପରେ ଆହୁରି ଗୁରୁତ୍ୱାରୋପ କରିଥିଲେ। ଦୀର୍ଘକାଳୀନ ଅଭିବୃଦ୍ଧିକୁ ବଜାୟ ରଖିବା ପାଇଁ, ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ମିଶନ-ମୋଡ୍ ସଂସ୍କାର ପାଇଁ ଆହ୍ୱାନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ନୀତି ନିର୍ଦ୍ଧାରଣ ଏବଂ ବଜେଟିଂ ୨୦୪୭ ପାଇଁ ଦୃଷ୍ଟିକୋଣ ସହିତ ଜଡିତ ରହିବା ଉଚିତ। ସେ ଏହା ମଧ୍ୟ ନିଶ୍ଚିତ କରିବାର ଆବଶ୍ୟକତା ବିଷୟରେ କହିଥିଲେ ଯେ ଦେଶ ବିଶ୍ୱସ୍ତରୀୟ କାର୍ଯ୍ୟଶକ୍ତି ଏବଂ ଅନ୍ତର୍ଜାତୀୟ ବଜାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇ ରହିବ। ଅର୍ଥନୀତିଜ୍ଞମାନେ ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ଉତ୍ପାଦକତା ଏବଂ ପ୍ରତିଯୋଗିତା ବୃଦ୍ଧି ଉପରେ ରଣନୈତିକ ଅନ୍ତର୍ଦୃଷ୍ଟି ବାଂଟିଥିଲେ। ଆଲୋଚନାଗୁଡ଼ିକ ପରିବାର ସଂଚୟ ବୃଦ୍ଧି, ଦୃଢ଼ ଭିତିଭୂମି ବିକାଶ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଗ୍ରହଣ ମାଧ୍ୟମରେ ସାଂରଚନିକ ପରିବର୍ତନକୁ ତ୍ୱରାନ୍ୱିତ କରିବା ଉପରେ କେନ୍ଦ୍ରିତ ଥିଲା। ଗୋଷ୍ଠୀ କ୍ରସ୍-ସେକ୍ଟରାଲ୍ ଉତ୍ପାଦକତାର ଏକ ସକ୍ଷମକାରୀ ଭାବରେ କୃତ୍ରିମ ବୁଦ୍ଧିମତାର ଭୂମିକା ଅନୁସନ୍ଧାନ କରିଥିଲେ। ଅଂଶଗ୍ରହଣ କାରୀମାନେ ଉଲ୍ଲେଖ କରିଥିଲେ ଯେ ୨୦୨୫ ରେ କ୍ରସ୍ ସେକ୍ଟରାଲ୍ ସଂସ୍କାରର ଅଭୂତପୂର୍ବ ପ୍ରଚଣ୍ଡତା ଏବଂ ଆଗାମୀ ବର୍ଷରେ ସେମାନଙ୍କର ଆହୁରି ଏକୀକରଣ, ଭାରତ ଏହାର ଭିତିଭୂମିକୁ ମଜବୁତ କରି ଏବଂ ନୂତନ ସୁଯୋଗଗୁଡ଼ିକୁ ଅନଲାଇନ କରି ଦ୍ରୁତତମ ବୃଦ୍ଧି ପାଉଥିବା ବିଶ୍ୱ ଅର୍ଥନୀତି ମଧ୍ୟରୁ ଅନ୍ୟତମ ଭାବେ ପଥ ପ୍ରସ୍ତୁତ କରିବ।