କେ.ଏଲ ରାହୁଲ ହେବେ ଦିନିକିଆ ଅଧିନାୟକ!

ମୁମ୍ବାଇ: ଭାରତ ଓ ଦକ୍ଷିଣ ଆଫ୍ରିକା ଗସ୍ତରେ ୩ଟି ଟେଷ୍ଟ ଓ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍‌ ଖେଳିବ । ବର୍ତ୍ତମାନ ପ୍ରଥମ ଟେଷ୍ଟ ଚାଲିଥିବାବେଳେ ବେଳେ ଦିନିକିଆ ସିରିଜ ଏପର୍ଯ୍ୟନ୍ତ ଦଳ ଚୟନ ହୋଇନାହିଁ । ଦିନିକିଆ ସିରିଜ୍‌ ଲାଗି ଦଳ ଚୟନ କିଛିଦିନ ପାଇଁ ରୋକି ଦିଆଯାଇଥିବା ଜଣାପଡିଛି । ଏକ ସୂଚନା ଅନୁସାରେ ସେଞ୍ଚରିୟନ୍‌ ଟେଷ୍ଟ ପରେ ଦିନିକିଆ ସିରିଜ ପାଇଁ ଦଳ ଚୟନ କରାଯାଇପାରେ ।

ନୂଆ ଦିନିକିଆ ଅଧିନାୟକ ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । କାରଣ ରୋହିତ ଏବେ ସୁଦ୍ଧା ସଂପୂର୍ଣ୍ଣ ଫିଟ ନଥିବା ଚର୍ଚ୍ଚା ହେଉଛି । ଅନ୍ୟଏକ ସୂଚନା ଅନୁସାରେ ରୋହିତ ଶର୍ମା ଏବେ ଫିଟ୍‌ ହେଉଛନ୍ତି । ସେ ଏବେ ଏନ୍‌ସିଏରେ କ୍ରମାଗତ ଭାବେ ଫିଟନେସ ଜାରି ରଖିଛନ୍ତି । ସେହିପରି ଯଦି ଦିନିକିଆ ସିରିଜ ପାଇଁ ଫିଟ ନ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ଲୋକେସ ରାହୁଲଙ୍କୁ ଦିନିକିଆ ଅଧିନାୟକ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଆହତ ପାଇଁ ଟେଷ୍ଟ ସିରିଜରୁ ବାଦ୍‌ ପଡିଛନ୍ତି ରୋହିତ । ତାଙ୍କ ସ୍ଥାନରେ ରାହୁଲଙ୍କୁ ଟେଷ୍ଟ ଟିମ୍‌ର ଉପ-ଅଧିନାୟକ କରାଯାଇଛି ।

ବିରାଟ କୋହଲିଙ୍କ ପରେ ଏବେ ଦିନିକିଆରେ ରୋହିତ ଶର୍ମା ଅଧିନାୟକ ହୋଇଛନ୍ତି । ତେବେ ସେ ଫିଟ୍‌ ନଥିବାରୁ ଦିନିକିଆ ସିରିଜରୁ ବାଦ ପଡିବା ନେଇ ସନ୍ଦେହ କରାଯାଉଛି । ସବୁଠୁ ବଡକଥା ହେଉଛି ଦିନିକିଆ ସିରିଜକୁ ଆହୁରି ୩ ସପ୍ତାହ ବାକି ଅଛି । ଏହାରି ମଧ୍ୟରେ ରୋହିତ ଶର୍ମା ସମ୍ପୂର୍ଣ୍ଣ ଭାବେ ଫିଟ ହୋଇଯିବେ ବୋଲି ଟିମ ମ୍ୟାନେଜମେଣ୍ଟ ଆଶଙ୍କା ପ୍ରକାଶ କରିଛନ୍ତି ।