ଜାଣନ୍ତୁ ବିଶ୍ୱର ଏକମାତ୍ର ଶାକାହାରୀ ସହର!

ସାରା ବିଶ୍ୱରେ ଏକମାତ୍ର ଗୋଟିଏ ଶାକାହାରୀ ସହର ଗୁଜୁରାଟର ପାଲିତାନା ଯାହା ଜୈନସାଧୁଙ୍କ ପ୍ରବଳ ପ୍ରତିବାଦର ସୁପରିଣାମ କୁହାଯାଉଛି । ପୃଥିବୀର ପ୍ରାୟ ସବୁ ସହର ଓ ଗ୍ରାମାଚଂଳରେ ମାଛ, ମାଂସ ଓ ଅଣ୍ଡା ବିକା ଯାଉଥିଲା ବେଳେ ପାଲିତାନା ସହରଟା ସଂପୂର୍ଣ୍ଣ ବ୍ୟତିକ୍ରମ । ଜୈନ ଧର୍ମାବଲମ୍ବୀଙ୍କ କଠୋର ନିଷ୍ପତିକୁ ମାନିବା ପାଇଁ ଗୁଜୁରାଟ ସରକାର ବାଧ୍ୟ ହୋଇଥିଲା । ଶୁଣିବାକୁ ମିଳେ ପାଲିତାନାରେ ଜୈନ ଧର୍ମାବଲମ୍ବୀଙ୍କ ସଂଖ୍ୟା ଅଧିକ ଥିବାରୁ ସଂପୃକ୍ତ ସହରକୁ ଶାକାହାରୀ କରିବା ପାଇଁ ଶତାଧିକ ଜୈନ ସାଧୁ ମିଳିତ ଭାବେ ଆମରଣ ଅନଶନରେ ବସିଥିଲେ ।

ପାଲିତାନା ସହରଟି ଗୁଜୁରାଟର ଭାବନଗର ଜିଲ୍ଲାରେ ଅବସ୍ଥିତ । ୨୦୧୪ରେ ପ୍ରାୟ ୨୦୦ ଜୈନସାଧୁଙ୍କ ଅହୋରାତ୍ର ଅନଶନ ସରକାରଙ୍କ ଉପରେ ପ୍ରଭାବ ପକାଇଥିଲା । ଫଳରେ ସହରରେ ଖୋଲିଥିବା ୨୫୦ କଂସେଇ ଖାନାକୁ ସବୁଦିନ ପାଇଁ ବନ୍ଦ କରି ଦିଆଗଲା । ସରକାରଙ୍କ ନିର୍ଦ୍ଦେଶନାମାକୁ ଅମାନ୍ୟ କଲେ, ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି ।