କ୍ରିଷ୍ଣା ଜନ୍ମଭୂମି ମାମଲା: ଇଦ୍‌ଗା ମସଜିଦ ହଟାଇବା ପିଟିସନ୍‌ ଖାରଜ

ନୂଆଦିଲ୍ଲୀ: ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରାଯାଇଥିବା ପିଟିସନକୁ ସୁପ୍ରିମକୋର୍ଟ ବିଚାରଯୋଗ୍ୟ ମଣିନାହାନ୍ତି । ତା’ର ଅର୍ଥ ହାଇକୋର୍ଟଙ୍କ ରାୟ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ମାମଲାଟିକୁ ଜନସ୍ୱାର୍ଥ ଅନ୍ତର୍ଭୁକ୍ତ କରାଯାଇଥିବା ଦର୍ଶାଇ ସୁପ୍ରିମକୋର୍ଟ ତାକୁ ସଂଶୋଧନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଜନସ୍ୱାର୍ଥ ସମ୍ବଳିତ ମାମଲା ବଦଳରେ ଅନ୍ୟ କୌଣସି ମାମଲା ହିସାବରେ ପିଟିସନଟିକୁ ପଞ୍ଜୀକରଣ କଲେ, ସୁପ୍ରିମକୋର୍ଟ ତାକୁ ବିଚାରଯୋଗ୍ୟ ମଣିପାରନ୍ତି ।

ଆମେ ଏସବୁ କହିବାର ଅର୍ଥ ହେଉଛି, ରାମ ଜନ୍ମଭୂମି ଆଳରେ ବାବ୍ରି ମସଜିଦକୁ ବଳି ପକାଯିବା ପରେ କ୍ରିଷ୍ଣା ଜନ୍ମଭୂମି ଆଳରେ ମଥୁରାସ୍ଥିତ ସାହି ଇଦ୍‌ଗା ମସଜିଦକୁ ବଳି ପକାଇବା ପାଇଁ କିଛି ବିଜେପି ନେତା ଉଦ୍ୟମ ଆରମ୍ଭ କରିଛନ୍ତି ।

ଅଦାଲତଙ୍କ ଅନୁମତି ଅନୁସାରେ ସବୁକିଛି ଆରାମରେ କରିବା ପାଇଁ ଜଣେ ଆଇନଜୀବୀ ଆଲ୍ଲାହାବାଦ ହାଇକୋର୍ଟରେ ଜନସ୍ୱାର୍ଥ ମାମଲାଟିଏ ରୁଜୁ କରିଥିଲେ । ସାହି ଇଦ୍‌ଗା ମସଜିଦଟି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମପୀଠ ବୋଲି ପିଟିସନରେ ଉଲ୍ଲେଖ କରି ତାକୁ ଭାଙ୍ଗିବା ପାଇଁ ହାଇକୋର୍ଟଙ୍କ ଅନୁମତି ଲୋଡ଼ିଥିଲେ । ମାତ୍ର  ଆଲ୍ଲାହାବାଦ ହାଇକୋର୍ଟ ଉକ୍ତ ଆବେଦନଟିକୁ ବିଚାର କରିବା ପାଇଁ ମନା କରି ଦେଇଥିଲେ ।