ସମ୍ବଲପୁର ଦୁର୍ଘଟଣା: ନାବାଳକ ଜୀବନ ପ୍ରତି ସଜାଗ ଥିଲେ ପରିବାର?

ସମ୍ବଲପୁର: ଏଭଳି ସମୟରେ ଏପରି ପ୍ରଶ୍ନ ପଚାରିବା ଆଦୌ ଉଚିତ ନୁହେଁ । ମାତ୍ର ଏପରି ପ୍ରଶ୍ନ ପଚାରି ରାଜ୍ୟର ସବୁ ବାପାମା ଓ ଅଭିଭାବକଙ୍କୁ ସତର୍କ କରାଇବା ଗଣମାଧ୍ୟମର ଅସଲ କାମ ବୋଲି ଆମେ ବିଚାର କରୁଛୁ । ସମ୍ବଲପୁରରେ ଟୁରିଷ୍ଟ ବସ୍‌ ତଳେ ଯୋଉ ନାବାଳକର ଜୀବନ ଗଲା । ସେଥିପାଇଁ ବସ ଚାଳକ, ଜିଲ୍ଲା ପୁଲିସ ମୁଣ୍ଡରେ ଦୋଷ ଲଦିଦେଲେ ଚଳିବନି । ଦୁଇଚକିଆ ଯାନକୁ ରାସ୍ତାରେ ଚଲାଇ ଔଷଧ ଆଣିବା ପାଇଁ ଅନୁମତି ଦେଇଥିବା ମା’ ବାପାଙ୍କର କ’ଣ କିଛି ଭୁଲ ନାହିଁ ।

ଛୋଟପିଲାଙ୍କ ଚପଳମତି ଦିମାଗ ଦୁଇଚକିଆ ଯାନ ଚଲାଇବା ପାଇଁ ଅନୁକୂଳ ନୁହେଁ । ଯୋଉ ପରିସ୍ଥିତିରେ ନାବାଳକ ଜଣକ ଦୁର୍ଘଟଣାର ଶିକାର ହେଲା । ସେଥିରେ ବସ ଚାଳକକୁ ଦାୟୀ କରି ସାଧାରଣ ଜନତାମାନେ ଉତ୍ୟକ୍ତ ହେବା ସ୍ୱାଭାବିକ । ମାତ୍ର ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଲାଇ ନାବାଳକ ଠିକ କରିଛନ୍ତି କି?

ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ନାବାଳକ ଭୁଲ କରିନାହାନ୍ତି କି? ନାବାଳକ ହାତରେ ଦୁଇଚକିଆ ଯାନ ଧରାଇ ମା’ବାପା ଗୁରୁତର ଅପରାଧ କରିନାହାନ୍ତି କି?

ପିଲାର ଜୀବନ ପ୍ରତି ମା’ ବାପାଙ୍କ ମନରେ ସାମାନ୍ୟ ଚିନ୍ତା ଥିଲେ ଗାଡ଼ି ଚଲାଇବାକୁ ଅନୁମତି ଦେଇ ନଥାନ୍ତେ ।

ଯାହା ହୋଇଛି ବିରାଟ ଭୁଲ ହୋଇଛି । ମାତ୍ର ସେଥିପାଇଁ ଏକା ବସ ଚାଳକ ଓ ଜିଲ୍ଲା ପ୍ରଶାସନକୁ ଦାୟୀ ଆଦୌ ଗ୍ରହଣୀୟ ନୁହେଁ ।