ନୂଆଦିଲ୍ଲୀ : ଦ୍ରାବିଡଙ୍କ ପରେ ଏବେ ଭିଭିଏସ ଲକ୍ଷ୍ମଣଙ୍କୁ ଏକ ବଡ ଦାୟିତ୍ୱ ଦେବାକୁ ଚିନ୍ତା କରୁଛି । ବିସିସିଆଇ ଭାରତର ପୂର୍ବତନ କ୍ରିକେଟ୍ର ଭିଭିଏସ ଲକ୍ଷ୍ମଣଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀର ପ୍ରମୁଖ କରିବାକୁ ଚିନ୍ତା କରୁଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ପୂର୍ବତନ କ୍ରିକେଟ୍ର ସିଷ୍ଟମକୁ ଆସି ଭାରତରେ ଖେଳକୁ ଆଗକୁ ନେବାରେ ସାହାଯ୍ୟ କରନ୍ତୁ । ବିସିସିଆଇ ଦ୍ରାବିଡଙ୍କୁ ଭାରତୀୟ ଦଳର ମୁକ୍ୟ କୋଚ୍ କରାଇବାରେ ସଫଳ ହୋଇଥିଲା । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଓ ସଂପାଦକ ଜୟ ଶାହା ଏବଂ ଅନ୍ୟ ଅଧିକାରୀ ଚାହାନ୍ତି ଯେ, ଲକ୍ଷ୍ମଣ ଏନସିଏର ମୁଖ୍ୟ ଭାବେ କାମ କରନ୍ତୁ । ତେବେ ସୌରଭ ଗାଙ୍ଗୁଲି ଓ ଜୟ ଶାହା ଲକ୍ଷ୍ମଣଙ୍କୁ ଏନସିଏର ନିର୍ଦ୍ଦେଶକ ଭୂମିକାରେ ଦେଖିବାକୁ ଚାହାନ୍ତି । କିନ୍ତୁ ଏହାର ନିଷ୍ପତ୍ତି ଲକ୍ଷ୍ମଣଙ୍କୁ ନେବାକୁ ପଡିବ । ଦ୍ରାବିଡ ଭାରତୀୟ ଦଳର କୋଚ୍ ଭାବେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରୁ କାମ ଆରମ୍ଭ କରିବେ । ଏବେ ବାକି ରହିଲା ଲକ୍ଷ୍ମଣ ନୂତନ ଭୂମିକା ପାଇଁ ରାଜି ହେବେ କି ନାହିଁ ।