ପୁଣି କେନ୍ଦ୍ରକୁ ଟାର୍ଗେଟ ରାହୁଲ ଗାନ୍ଧୀଙ୍କ

ନୂଆଦିଲ୍ଲୀ : ପୁଣି ଥରେ ତୈଲ ଏବଂ ଗ୍ୟାସ ଦାମକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶ ଗାଡ଼ି ରିଭର୍ସ ଗିୟରରେ ଥିବା ବେଳେ ବ୍ରେକ ଫେଲ ହୋଇଯାଇଛି ବୋଲି ରାହୁଲ କଟାକ୍ଷ କରିଛନ୍ତି । ରାହୁଲ ଦାବି କରିଛନ୍ତି ଯେ, ଏଲପିଜି ଦାମ ବୃଦ୍ଧି ଯୋଗୁଁ ଲକ୍ଷ ଲକ୍ଷ ଗରିବ ପରିବାର ଏବେ ଚୁଲି ଫୁଙ୍କିବାକୁ ବାଧ୍ୟ ହେଉଛନ୍ତି । ମୋଦୀଙ୍କ ବିକାଶ ଗାଡ଼ି ରିଭର୍ସ ଗିୟରରେ ରହିଛି ଏବଂ ବ୍ରେକ ଫେଲ ହୋଇଯାଇଛି । ନିକଟରେ ରାହୁଲ କଟାକ୍ଷ କରି କହିଥିଲେ, ତେଲ ଉପରେ ଟିକସ ଡକାୟତି ବୃଦ୍ଧି ପାଇଛି । ଯଦି କେଉଁଠି ନିର୍ବାଚନ ହେଉଛି ତେବେ ଏଥିରେ କିଛି ଆଶ୍ୱସ୍ତି ମିଳିଯିବ । ଏହାସହ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଗରିବଙ୍କୁ କଷ୍ଟ ଦେବାରେ ମୋଦୀ ସରକାର ରେକର୍ଡ କରିଛନ୍ତି ।