ଯାତ୍ରୀ ସୁବିଧାରେ ଉନ୍ନତି ଆଣିବା ପାଇଁ ରେଳ ମନ୍ତ୍ରଣାଳୟ ନିରନ୍ତର ପଦକ୍ଷେପ ନେଉଛି । ନୂତନ ପିଢ଼ିର ଟ୍ରେନ୍ ପ୍ରଚଳନ, ଷ୍ଟେସନଗୁଡ଼ିକର ପୁନଃବିକାଶ, ପୁରୁଣା କୋଚଗୁଡ଼ିକୁ ନୂତନ ଏଲଏଚବି କୋଚରେ ଅପଗ୍ରେଡ୍ କରିବା ଏବଂ ଏପରି ଅନେକ ପଦକ୍ଷେପ ଗତ ଦଶନ୍ଧିରେ ଯାତ୍ରୀଙ୍କ ଅଭିଜ୍ଞତାକୁ ଉନ୍ନତ କରିଛି ।
କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସେଣ୍ଟର ଫର୍ ରେଲୱେ ଇନଫର୍ମେସନ ସିଷ୍ଟମ୍ସ (ସିଆରଆଇଏସ)ର 40ତମ ପ୍ରତିଷ୍ଠା ଦିବସରେ ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ୍ ସେଣ୍ଟରରେ ଏକ ନୂତନ ଆପ୍, ରେଲୱାନର ଶୁଭାରମ୍ଭ କରିଛନ୍ତି । ରେଲୱାନ ରେଳ ସହିତ ଯାତ୍ରୀ ଇଣ୍ଟରଫେସ୍ ଉନ୍ନତ କରିବା ଉପରେ ଧ୍ୟାନ ପ୍ରଦାନ କରୁଛି ।
ଏହା ଏକ ବ୍ୟାପକ, ଅଲ୍-ଇନ୍-ୱାନ୍ ଆପ୍ଲିକେସନ୍ ଯାହାର ବ୍ୟବହାରକାରୀ-ଅନୁକୂଳ ଇଣ୍ଟରଫେସ୍ ଅଛି । ଆପ୍ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର ଏବଂ ଆଇଓଏସ୍ ଆପ୍ ଷ୍ଟୋରରେ ଡାଉନଲୋଡ୍ ପାଇଁ ଉପଲବ୍ଧ । ଏହା ସମସ୍ତ ଯାତ୍ରୀ ସେବାକୁ ସମନ୍ୱିତ କରେ ଯେପରିକି:
- ଅଣସଂରକ୍ଷିତ ଏବଂ ପ୍ଲାଟଫର୍ମ ଟିକେଟ୍ 3% ରିହାତି ସହିତ
- ଲାଇଭ୍ ଟ୍ରେନ୍ ଟ୍ରାକିଂ
- ଅଭିଯୋଗ ସମାଧାନ
- ଇ-କ୍ୟାଟରିଂ, ପୋର୍ଟର ବୁକିଂ ଏବଂ ଶେଷ-ମାଇଲ୍ ଟ୍ୟାକ୍ସି
ଆଇଆରସିଟିସି ରେ ଟିକେଟ୍ ସଂରକ୍ଷଣ ସୁବିଧା ଜାରି ରହିବ । ଆଇଆରସିଟିସି ସହିତ ସହଭାଗୀତା କରିଥିବା ଅନେକ ବାଣିଜ୍ୟିକ ଆପ୍ ପରି ରେଲୱାନ ଆପ୍ ମଧ୍ୟ ଆଇଆରସିଟିସି ଦ୍ୱାରା ଅନୁମୋଦିତ ହୋଇଛି ।
ରେଲୱାନ ରେ ଏମପିନ୍ କିମ୍ବା ବାୟୋମେଟ୍ରିକ୍ ମାଧ୍ୟମରେ ଲଗଇନ୍ ସହିତ ଏକକ ସାଇନ୍-ଅନ୍ ସୁବିଧା ଅଛି । ଏହା ବିଦ୍ୟମାନ ରେଲ୍ କନେକ୍ଟ ଏବଂ ୟୁଟିଏସ କ୍ରିଡେନ୍ସିଆଲକୁ ମଧ୍ୟ ସମର୍ଥନ କରେ । ଏହି ଆପ୍ କମ୍ ସ୍ଥାନ ନେଇଥାଏ, ଏବଂ ଏକାଧିକ ଆପ୍ ଇନଷ୍ଟାଲ୍ କରିବାର ଆବଶ୍ୟକତା ନାହିଁ ।
ଡିସେମ୍ବର 2025 ସୁଦ୍ଧା ଆଧୁନିକ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ)
ରେଳ ମନ୍ତ୍ରୀ ସିଆରଆଇଏସ ର ସମଗ୍ର ଦଳକୁ ଏହାର ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଥିଲେ । ସେ ସିଆରଆଇଏସ କୁ ଭାରତୀୟ ରେଳବାଇର ଡିଜିଟାଲ୍ କୋରକୁ ଆହୁରି ମଜବୁତ କରିବା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ ।
ମନ୍ତ୍ରୀ ବିଦ୍ୟମାନ ପିଆରଏସ କୁ ଅପଗ୍ରେଡ୍ କରିବା ପାଇଁ ହୋଇଥିବା ଅଗ୍ରଗତି ପାଇଁ ସିଆରଆଇଏସ ଦଳକୁ ମଧ୍ୟ ପ୍ରଶଂସା କରିଥିଲେ । ଆଧୁନିକ ପିଆରଏସ ବର୍ତ୍ତମାନର ଲୋଡର 10 ଗୁଣ ପରିଚାଳନା କରିବା ପାଇଁ ସକ୍ଷମ, ବହୁଭାଷୀ ଏବଂ ସ୍କେଲେବଲ୍ ହେବ । ଏହା ପ୍ରତି ମିନିଟରେ 1.5 ଲକ୍ଷ ଟିକେଟ ବୁକିଂ ଏବଂ 40 ଲକ୍ଷ ଅନୁସନ୍ଧାନର ପରିଚାଳନା କରିପାରିବ ।
ନୂତନ ପିଆରଏସ ବ୍ୟାପକ ହେବ । ଏଥିରେ ସିଟ୍ ପସନ୍ଦ ଏବଂ ଭଡ଼ା କ୍ୟାଲେଣ୍ଡର ପାଇଁ ଉନ୍ନତ କାର୍ଯ୍ୟକ୍ଷମତା ଏବଂ ଦିବ୍ୟାଙ୍ଗଜନ, ଛାତ୍ର ଏବଂ ରୋଗୀ ଇତ୍ୟାଦିଙ୍କ ପାଇଁ ସମନ୍ୱିତ ବିକଳ୍ପ ରହିବ ।
ଭବିଷ୍ୟତକୁ ପରିଭାଷିତ କରୁଥିବା ପ୍ରଯୁକ୍ତିବିଦ୍ୟା
ଭାରତୀୟ ରେଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତର ବିକାଶ ଯାତ୍ରାର ଅଭିବୃଦ୍ଧି ଇଞ୍ଜିନ କରିବାର ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ । ରେଲୱାନ ଆପ୍ ଶୁଭାରମ୍ଭ ଭାରତୀୟ ରେଳବାଇର ପ୍ରଯୁକ୍ତିବିଦ୍ୟାର ଗଣତାନ୍ତ୍ରିକୀକରଣ ଏବଂ ପ୍ରତ୍ୟେକ ଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ଗତିଶୀଳତା ପ୍ରଦାନ କରିବାର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରେ ।