ମଙ୍ଗଳବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ସଂପ୍ରତି ତିନୋଟି ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ପୁରୀ ରଥଯାତ୍ରାରେ ମହା ବିଭ୍ରାଟ, ବିଏମସି ଅତିରିକ୍ତ କମିସନରଙ୍କୁ ବିଜେପି କର୍ମୀଙ୍କ ମାଡ ତଥା ଆଇପିଏସ ଅଧିକାରୀଙ୍କ ଦଳୀୟ ପ୍ରୀତିକୁ ନେଇ ଶ୍ରୀ ଦାସ କହିଥିଲେ, ମୁଖ୍ୟମନ୍ତ୍ରୀ ସରକାରୀ ପ୍ରସ୍ତୁତି କଥା କହିଲେ । ହେଲେ ବିଜେପି ଦଳର ୧୫ଶହ କର୍ମକର୍ତ୍ତା ରଥରେ ସାମିଲ ହେବେ, ସେ କଥା କାହିଁକି କହିଲେ ନାହିଁ ? ରଥଟଣା ସମୟରେ ବିଜେପି କର୍ମୀ ମାନେ ଅବ୍ୟବସ୍ଥା କଲେ ।
ରଥଯାତ୍ରାକୁ କେବଳ ଦଳୀୟ ଉତ୍ସବ କରିବା ପାଇଁ ବିଜେପି ଏମିତି କଲା । ଭିଡ଼ ନିୟନ୍ତ୍ରଣକୁ ପ୍ରଶାସନ ଗୁରୁତ୍ବ ନଦେଇ ଭିଆଇପିଙ୍କୁ ଗୁରୁତ୍ବ ଦେଲେ । ଯେଉଁଠି ପାଇଁ ବିଭ୍ରାଟ ହୋଇଛି । ସାରା ବିଶ୍ବରେ ଚର୍ଚ୍ଚା ହେଲା । ଜଗନ୍ନାଥଙ୍କୁ ଗୌଣ କରିଦେଲେ ସରକାର। ରଥଯାତ୍ରା ମହାବିଭ୍ରାଟ ପାଇଁ ଜଣେ କାର୍ଯ୍ୟରତ ବିଚାରପ୍ରତିଙ୍କ ଦ୍ଵାରା ତଦନ୍ତ କରାଯାଉ । ଉନ୍ନୟନ କମିଶନଙ୍କ ତଦନ୍ତରେ କିଛି ସୁଫଳ ମିଳିବନି। ଯିଏ କମିଟିର ସଦସ୍ୟ, ସେ କିପରି ତଦନ୍ତ କରିବେ । ଓଡିଆ ଅସ୍ମିତା ଓ ଓଡ଼ିଆ ପ୍ରାଣ ଦେଵତା କ’ଣ ନ୍ୟାୟ ପାଇବେ ଏହି ତଦନ୍ତରୁ? ବିଚାରପ୍ରତିଙ୍କ ଦ୍ଵାର ତଦନ୍ତ କରାଗଲେ ନ୍ୟାୟ ମିଳିବ ।
ବିଏମସିର ଅତିରିକ୍ତ କମିଶନଙ୍କୁ ବିଜେପି କର୍ମୀ ମାଡ଼ ମାରିବା ଘଟଣାକୁ ନେଇ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ ।
ବିଏମସିରେ ଜନଶୁଣାଣି ଚାଲିଥିବା ବେଳେ ବିଜେପିର ଜଣେ କର୍ପୋରେଟର ଓ ୧୦ ଜଣ କର୍ମୀ ଅତିରିକ୍ତ କମିଶନରଙ୍କୁ ମାଡ ମାରିଲେ। ମାଡ଼ ମାରିଥିବା କର୍ମୀମାନେ କହୁଥିଲେ ଭୁବନେଶ୍ୱର ମଧ୍ୟମ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଜନଶୁଣାଣିକୁ କାହିଁକି ଡାକିଲେ ନାହିଁ । ଜଣେ ପରାଜିତ ପ୍ରାର୍ଥୀଙ୍କୁ କାହିଁକି ଜନଶୁଣାଣିରେ ଡାକିବେ ଅଧିକାରୀ ? ସରକାରୀ ଅଧିକାରୀ ମାନେ ଗୁଲାମ ହେଲେଣି ବିଜେପି ନେତାଙ୍କର l କାରଣ ମୁଖ୍ୟମନ୍ତ୍ରୀ ନିଜେ ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଓ କର୍ମୀମାନଙ୍କୁ ବସାଉଛନ୍ତି । ପୂରା ଓଡ଼ିଶାରେ ଆଜି ଏପରି ପରିସ୍ଥିତି ହେଇଛି ।
ସରକାରୀ ଅଧିକାରୀଙ୍କୁ ବିଜେପିକରଣ କରିବାକୁ ଶାସକ ଦଳ ଚାହୁଛି। ଏଥିରେ ଲୋକମାନେ ନ୍ୟାୟ ପାଇବେ ନାହିଁ । ପୂରା ଓଡ଼ିଶାରେ ସରକାରୀ ଅଧିକାରୀ ମାନେ ଆଜି ଅପମାନିତ ହୋଇଛନ୍ତି । ଓଡିଶାରୁ ସରକାରୀ ଅଧିକାରୀ ମାନଙ୍କୁ କ୍ଷମା ମାଗନ୍ତୁ ସରକାର । ବିଜେପିର ପରାଜିତ ପ୍ରାର୍ଥୀଙ୍କୁ ଗିରଫ କରାଯାଉ । କିଏ କେଉଁଠିକୁ ଯିବ ସେମାନେ ପାଇଁ ଆଡଭାଇଜର ଜାରି କରନ୍ତୁ ସରକାର । ପୂରା ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ । ଘଟଣାରେ ସମ୍ପୂର୍କ୍ତ ସମସ୍ତ ଦୃର୍ବୁତ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ।
ବରିଷ୍ଠ ଆଇପିଏସ ଅଧିକାରୀ କଂଗ୍ରେସ କର୍ମୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପ୍ରସଙ୍ଗରେ ପିସିସି ସଭାପତିଙ୍କ ଟାର୍ଗେଟ
ତୁରନ୍ତ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ପୋଲିସ ବିଭାଗରୁ ବିଦା କରାଯାଉ । ପୋଲିସ ପୋଷାକ ପିନ୍ଧି ଯିଏ ସମ୍ବିଧାନ ଓ ପୋଷାକକୁ ଅପମାନିତ କରିଛନ୍ତି ତାଙ୍କୁ ତୁରନ୍ତ ଚାକିରିରୁ ବିଦା କରାଯାଉ । ନହେଲେ ବିଜେପି ସରକାର ଗୁଣ୍ଡାରାଜର ସରକାର ବୋଲି ପ୍ରମାଣିତ ହେଉଛି। ବିଜେପିର ଯଦି ଏତେ ଚାମଚାଗିରି କରିବାକୁ ଚାହୁଛନ୍ତି, ତେବେ ସେ ଚାକିରି ଛାଡି ବିଜେପିରେ ସାମିଲ ହୋଇଯାଆନ୍ତୁ ।
ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ସନ୍ତୋଷ ସିଂହ ସାଲୁଜା, ରାଜ୍ୟ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସ ଓ ମୁଖପାତ୍ର ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।