ନୂଆଦିଲ୍ଲୀ: ଗଭୀର ସମୁଦ୍ରରେ ଜାହାଜ ଲୁଟିବା ଭଳି ଦୁଃସାହସ କେବଳ ସୋମାଲିଆ ବିଦ୍ରୋହୀ ସଂଗଠନ କରିପାରେ । ଶୁକ୍ରବାର ଦିନ ଭାରତୀୟ ନୌସେନା ସୂଚନା ମୁତାବକ ସୋମାଲିଆ ଉପକୂଳ ବାଟ ଦେଇ ଅତିକ୍ରମ କରୁଥିବା ଏକ ଲାଇବେରିୟାନ ପତାକା ଲାଗିଥିବା ଜାହାଜକୁ ଅପହରଣ କରିବା ପାଇଁ କିଛି ଜଳଦସ୍ୟୁ ଉଦ୍ୟମ ଚଳାଇଛନ୍ତି । ଏମଭି ଲିଲା ନରଫକ୍ ନାମକ ଉକ୍ତ ଜାହାଜରେ ଅନ୍ୟୁନ ୧୫ ଜଣ ଭାରତୀୟ କର୍ମଚାରୀ କାମ କରୁଛନ୍ତି ।
ଭାରତୀୟ ନୌସେନାର ଗୋଟିଏ ହେଲିକପ୍ଟର ଅପହୃତ ଜାହାଜ ଉପରେ ତୀକ୍ଷ୍ମଣ ନଜର ରଖିଛି । ଜାହାଜର ପାଇଲଟ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବାକୁ ଉଦ୍ୟମ ଚାଲିଛି ।
ଜଳଦସ୍ୟୁଙ୍କ କବଳରୁ ଅପହୃତ ଜାହାଜଟିକୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନାର ‘ଆଇଏନଏସ ଚେନ୍ନାଇ’ ଉଦ୍ୟମ ଜାରି ରଖିଛି ।