ଶବ ନିକଟରୁ ଶୁଣନ୍ତୁ ବିଶ୍ୱତାପନର ଭୟଙ୍କର ପରିଣତି, ୨୮ ବର୍ଷ ତଳେ ହଜି ଯାଇଥିଲେ

ଆଜକୁ ୨୮ ବର୍ଷ ତଳେ ନିଖୋଜ ହୋଇଯାଇଥିବା ଜଣେ ପାକିସ୍ତାନୀ ଯୁବକଙ୍କ ମୃତଦେହ ସନ୍ଧାନ ମିଳିଛି କୋହିସ୍ତାନ ପର୍ବତମାଳା କୋଳରେ । ପାକିସ୍ତାନର ପୂର୍ବଘାଟରେ ଲମ୍ବି ଯାଇଥିବା ପାର୍ବତ୍ୟ ଇଲାକାର ଶିଖର ଦେଶରେ ଜମାଟ ବରଫ ପାହାଡ଼ ଧସି ଯାଇଥିଲା । ଧସି ଯାଇଥିବା ବରଫ ସନ୍ଧି ଭିତରୁ ପୁଲିସ ଉଦ୍ଧାର କରିଥିଲା ଏକ ମୃତଦେହ । ତଟକା ପ୍ରାୟ ଦିଶୁଥିବା ମୃତଦେହଟି ଥିଲା ୧୯୯୭ ମସିହା ଜୁନମାସରୁ ନିଖୋଜ ନାସିରୁଦ୍ଦିନଙ୍କର । ପାକିସ୍ତାନର ସୁନ୍ଦରୀ ଉପତ୍ୟକା ‘ଲେଡି ଭ୍ୟାଲି’ ଉପରକୁ ଚଢ଼ି ଯାଇଥିଲେ ନାସିରୁଦ୍ଦିନ ।

୨୮ ବର୍ଷ ତଳେ ନାସିରୁଦ୍ଦିନଙ୍କ ପରିବାର ମେଣ୍ଢା ଚରାଉ ଥିଲେ । ପୁଲିସ ନିକଟରୁ ଖବର ପାଇବା ପରେ ନାସିରୁଦ୍ଦିନଙ୍କ ପରିବାର ଧାଇଁ ଆସିଥିଲେ ମୃତଦେହକୁ ନେବା ପାଇଁ । ନାସିରୁଦ୍ଦିନର ପତ୍ନୀ ଓ ଦୁଇଟି ପିଲା ଅଛନ୍ତି । ପରିବାର ଲୋକ ଆସି ଦେଖନ୍ତି, ନାସିରୁଦ୍ଦିନ ୨୮ ବର୍ଷ ତଳେ ପିନ୍ଧିଥିବା ପୋଷାକ ସଂପୂର୍ଣ୍ଣ ଅକ୍ଷତ ରହିଥିଲା ।

ନାସିରୁଦ୍ଦିନଙ୍କ ପରିବାର କହିଛନ୍ତି, ନାସିରୁଦ୍ଦିନ ଓ ତାଙ୍କ ସାନଭାଇ ଘୋଡ଼ା ସବାର କରି ପାହାଡ଼ ଉପରକୁ ଯାଇଥିଲେ । ନାସିରୁଦ୍ଦିନ ନିଖୋଜ ହୋଇଗଲେ । କିନ୍ତୁ ପୁଲିସ କହୁଛି, ପରିବାର ଲୋକମାନେ ନାସିରୁଦ୍ଦିନକୁ ମାଡ଼ ମାରି ଘରୁ ବାହାର କରି ଦେଇଥିଲେ ।

ନାସିରୁଦ୍ଦିନଙ୍କ ମୃତଦେହ ଭିତରୁ ପରିବେଶ ବିଜ୍ଞାନୀମାନେ ବିଶ୍ୱତାପନର ଭୟଙ୍କର ପରିଣତିକୁ ଅନୁଭବ କରିଛନ୍ତି । ବରଫ ପାହାଡ଼ ଉପରେ ସୂର୍ଯ୍ୟକିରଣ ସିଧାସଳଖ ପଡ଼ିବା କାରଣରୁ ତାହା ତୀବ୍ର ବେଗରେ ତରଳି ଯାଉଛି । ବରଫ ପାହାଡ଼ ଧସିବାର ମାନେ ବିଶ୍ୱତାପନର ଭୟଙ୍କର ଦଶା । ଆଧୁନିକ ବିଶ୍ୱକର୍ମାମାନଙ୍କ ଗବେଷଣାଗାରରୁ ବାହାରୁଥିବା ନୂଆ ନୂଆ ଜ୍ଞାନକୌଶଳ ସାରା ବିଶ୍ୱ ପାଇଁ, ସାରା ଜୀବଜଗତ ପାଇଁ ଦୈବୀକୋପଠାରୁ କୌଣସି ଗୁଣରେ କମ୍ ନୁହେଁ ।