ଚେନ୍ନାଇ : ତାମିଲନାଡୁ ସରକାର ରାଜ୍ୟରେ ଦ୍ରୁତ ଗତିରେ ବଢୁଥିବା କୋଭିଡ ଭାଇରସକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବଡ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ପୁଣି ଥରେ କଡା ଲକଡାଉନ ଲାଗୁ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ।
ଏହା ଆସନ୍ତା ରବିବାର ରାଜ୍ୟରେ ସମ୍ପୁର୍ଣ୍ଣ ଲକଡାଉନ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଘୋଷଣା କରିଛନ୍ତି । ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ସହ ଟ୍ୟାକ୍ସି ଚଳାଚଳକୁ ଅନୁମତି ଦିଆଯାଇଛି । ସୂଚନାଯୋଗ୍ୟ ରାଜ୍ୟରେ ଗୋଟିଏ ଦିନରେ ୨୮ ହଜାରରୁ ଅଧିକ ପଜିଟିଭ ମାମଲା ଚିହ୍ନଟ ହୋଇଥିଲା । ଏହାସହା ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦,୪୨,୭୯୬ରେ ପହଞ୍ଚିଛି ।