କଂଗ୍ରେସର ୟୁପି ମୁଖ୍ୟମନ୍ତ୍ରୀ ହେବେ ପ୍ରିୟଙ୍କା ଗାନ୍ଧୀ?

ୟୁପି : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଉତ୍କଣ୍ଠାପୂର୍ଣର୍ ହେବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ ପ୍ରାର୍ଥୀ ତାଲିକା ଘୋଷଣା ପ୍ରକ୍ରିୟା ଜାରି ରଖିଛନ୍ତି । କଂଗ୍ରେସ ମଧ୍ୟ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ତେବେ ୟୁପିରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ଏଭଳି ପ୍ରଶ୍ନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ପ୍ରିୟଙ୍କା କହିଛନ୍ତି ଯେ, ଉତ୍ତର ପ୍ରଦେଶରେ ମୋ ବ୍ୟତିତ ଆଉ କିଏ ମୁଖ୍ୟମନ୍ତ୍ରୀ ଚେହେରା ଦିଶୁଛନ୍ତି କି? ମୋ ଚେହେରା ସବୁଆଡେ ଦିଶୁଛି କି ନାହିଁ?

ସୂଚନାଯୋଗ୍ୟ ଉତ୍ତର ପ୍ରଦେଶର ଯୁବକଙ୍କ ପାଇଁ ଘୋଷଣାପତ୍ର ଜାରି କରିଛି କଂଗ୍ରେସ । ବିଜେପି, ସମାଜବାଦର ପାର୍ଟି, ବହୁଜନ ସମାଜବଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ହେବାକୁ ଯାଉଛି ।