୪ର୍ଥରେ ମନ୍ଧାନା, ଟପ୍‌-୩ରେ ଅଷ୍ଟ୍ରେଲିଆ ଖେଳାଳି

ଆଇସିସି ଟି-୨୦ ମହିଳା କ୍ରିକେଟ ରାଙ୍କିଂ ପ୍ରକାଶ ପାଇଛ…..

ନୂଆଦିଲ୍ଲୀ : ଆଇସିସି ଟି-୨୦ ମହିଳା କ୍ରିକେଟ ରାଙ୍କିଂ ପ୍ରକାଶ ପାଇଛ । ଏହି ତାଲିକାରେ ଅଷ୍ଟ୍ରେଲିଆ ଖେଳାଳିମାନେ ଆଗରେ ରହିଥିବା ବେଳେ କିଛି ଭାରତୀୟ ଖେଳାଳିଙ୍କ ରାଙ୍କିଂରେ ସୁଧାର ଆସିଛି । ତାଲିକାର ଟପ ୫ରେ ୩ ଅଷ୍ଟ୍ରେଲିଆ ଖେଳାଳି ଅଛନ୍ତି । ଅଷ୍ଟ୍ରେଲିଆ ଓପନର ବେଥ ମୁନୀ ୭୪୩ ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଥିବା ବେଳେ କ୍ୟାପଟେନ ମିଗ ଲାନିଂ(୭୨୩) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପିର ତାହ୍ଲିଆ ମ୍ୟାକଗ୍ରାଥ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି ।

ସେହିପରି ଭାରତ ପକ୍ଷରୁ ରେଣୁକା ସିଂହ ବୋଲିଂରେ ପଞ୍ଚମ ସ୍ଥାନ ଉପରକୁ ଉଠି ୧୩ ନମ୍ବରେ ରହିଥିବା ବେଳେ ସ୍ପିନର ଦୀପ୍ତି ଶର୍ମା ନିଜର ସପ୍ତମ ସ୍ଥାନ ବଜାଇ ରଖିଛନ୍ତି । ସେହିପରି ଭାରତର ବ୍ୟାଟିଂ ଲାଇନକୁ ଦେଖିଲେ ସ୍ମୃତି ମନ୍ଧାନା ୭୧୦ ପଏଣ୍ଟ ପାଇଁ ୪ ନମ୍ବର ସ୍ଥାନରେ ରହିଥିବା ବେଳେ ଶେଫାଳୀ ବର୍ମା ୬୮୬ ପଣ୍ଟ ସହ ୬ ନମ୍ବର ଓ ଜେମିମାହ ରୋଡ୍ରିଗ୍ସ ୬୨୪ ପଏଣ୍ଟ ସହ ୧୦ ନମ୍ବର ସ୍ଥାନରେ ରହିଛନ୍ତି ।