କଂଗ୍ରେସକୁ ବଡ ଝଟକା: ହାତ ଛାଡି ପଦ୍ମ ଧରିଲେ ୮ ବିଧାୟକ

ଗୋଆ କଂଗ୍ରେସରେ ପୁଣି ବଢ଼ିଲା ଅଡୁଆ । ଦଳର ୧୧ ଜଣ ବିଧାୟକଙ୍କ….

ପାଣାଜୀ: ଗୋଆ କଂଗ୍ରେସରେ ପୁଣି ବଢ଼ିଲା ଅଡୁଆ । ଦଳର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଧାୟକ କଂଗ୍ରେସର ହାତ ଛାଡି ବିଜେପିର ପଦ୍ମ ଧରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣ ବିଧାୟକ ଆଜି ବାଚସ୍ପତିଙ୍କୁ ଭେଟିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ସମସ୍ତ ବିଧାୟକ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଭେଟି ବିଧିବଦ୍ଧ ଭାବେ ଗେରୁଆ ଦଳରେ ମିଶିଛନ୍ତି । ଇତି ମଧ୍ୟରେ ବିରୋଧୀ ଦଳର ନେତା ମାଇକେଲ ଲୋବୋ କଂଗ୍ରେସ ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ।

ଏହି ବୈଠକରେ କଂଗ୍ରେସ ବିଧାନସଭା ପାର୍ଟିକୁ ବିଜେପି ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ କଂଗ୍ରେସ ଠିକ ସମୟରେ ସକ୍ରିୟତା ଦେଖାଇ ନିଜ ବିଧାୟକଙ୍କ ମନ ପରିବର୍ତ୍ତନ କରିଦେଇଥିଲ । ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ବର୍ତ୍ତମାନ ବିଜେପିର ୨୦ ଜଣ ବିଧାୟକ ଅଛନ୍ତି । ସେହିପରି କଂଗ୍ରେସର ମାତ୍ର ୧୧ ଜଣ ବିଧାୟକ ଅଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସର ୮ ଜଣ ବିଧାୟକ ବିଜେପିରେ ଯୋଗ ଦେବା ପରେ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୩ରେ ପହଞ୍ଚି ଯାଇଛି ।