ଆଜି ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ ଇସ୍ତଫା ଦେଇ ପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି । ଆଜି ଅପରାହ୍ଣ ୩ଟା ବେଳେ ସେ ମଣିପୁରର ରାଜ୍ୟପାଳ ଅନସୂୟା ୱିକେଙ୍କୁ ଭେଟି ଇସ୍ତଫା ପତ୍ର ଦେବେ ବୋଲି ଆଶା କରାଯାଉଛି ।
ଇସ୍ତଫା ଦିଅନ୍ତୁ ନଚେତ କେନ୍ଦ୍ର ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହଙ୍କୁ ବିକଳ୍ପ ଦିଆଯାଇଥିଲା । ଉପରୋକ୍ତ ରିପୋର୍ଟ ଉପରେ ପ୍ରତିକ୍ରିୟାଶୀଳ ହୋଇ ଆଜି ବହୁସଂଖ୍ୟକ ମହିଳା ମଣିପୁରର ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଏବଂ ରାଜଭବନ ବାହାରେ ସମବେତ ହୋଇ ଇସ୍ତଫା ନ ଦେବା ଲାଗି ମୁଖ୍ୟମନ୍ତ୍ରୀ ସିଂହଙ୍କୁ ଅନୁରୋଧ କରୁଛନ୍ତି ।