ଜୁଲାଇ ୧ତାରିଖରେ ୧୭ ତମ ଭାରତୀୟ ସମବାୟ କଂଗ୍ରେସକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଆନ୍ତର୍ଜାତୀୟ ସମବାୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ୧୭ ତମ ଭାରତୀୟ ସମବାୟ କଂଗ୍ରେସକୁ ସମ୍ବୋଧିତ କରିବେ ।

“ସହକାର ସେ ସମୃଦ୍ଧି” ର ଦୃଷ୍ଟିକୋଣରେ ପ୍ରଧାନମନ୍ତ୍ରୀଙ୍କ ଦୃଢ ବିଶ୍ୱାସ ଦ୍ୱାରା ସରକାର ଦେଶରେ ସମବାୟ ଆନ୍ଦୋଳନକୁ ବୃଦ୍ଧି କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛନ୍ତି । ଏହି ପ୍ରୟାସକୁ ବଳ ଦେବା ପାଇଁ ସରକାର ଏକ ପୃଥକ ସମବାୟ ମନ୍ତ୍ରଣାଳୟ ଗଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ହେଉଛି ଏହି ଦିଗରେ ଆଉ ଏକ ପଦକ୍ଷେପ ।

ଜୁଲାଇ ୧-୨, ୨୦୨୩ ରେ ୧୭ ତମ ଭାରତୀୟ ସମବାୟ କଂଗ୍ରେସ ଆୟୋଜନ କରାଯାଉଛି । ଏହାର ଉଦ୍ଦେଶ୍ୟ ହେଉଛି ସମବାୟ ଆନ୍ଦୋଳନର ବିଭିନ୍ନ ଧାରା ଉପରେ ଆଲୋଚନା କରିବା, ସର୍ବୋତ୍ତମ ଅଭ୍ୟାସ ଗ୍ରହଣ କରାଯିବା, ସୁଚିନ୍ତିତ ଆହ୍ୱାନର ସମ୍ମୁଖୀନ ହେବା ଏବଂ ଭାରତର ସମବାୟ ଆନ୍ଦୋଳନର ଅଭିବୃଦ୍ଧି ପାଇଁ ଭବିଷ୍ୟତର ନୀତି ର୍ନିଦ୍ଧାରଣ କରିବା ।

“ଅମୃତ କାଳ : ଏକ ବିକଶିତ ଭାରତ ପାଇଁ ସମବାୟ ମାଧ୍ୟମରେ ସମୃଦ୍ଧତା” ର ମୁଖ୍ୟ ବିଷୟବସ୍ତୁ ଉପରେ ସାତୋଟି ବୈଷୟିକ ଅଧିବେଶନ ହେବ । ଏଥିରେ ୩୬୦୦ରୁ ଅଧିକ ହିତାଧିକାରୀଙ୍କ ଅଂଶଗ୍ରହଣ ସମେତ ପ୍ରାଥମିକ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସମବାୟ ସମିତି, ଆନ୍ତର୍ଜାତୀୟ ସମବାୟ ସଂଗଠନର ପ୍ରତିନିଧୀ, ଆନ୍ତର୍ଜାତୀୟ ସମବାୟ ମଞ୍ଚର ପ୍ରତିନିଧୀ, ମନ୍ତ୍ରଣାଳୟ, ବିଶ୍ୱବିଦ୍ୟାଳୟ, ପ୍ରତିଷ୍ଠିତ ଅନୁଷ୍ଠାନର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ ।