ଭୁବନେଶ୍ୱର : ଭାରତୀୟ ବିଦେଶ ସେବା(ଆଇଏଫ୍ଏସ୍) ଅଧିକାରୀ ଓଡ଼ିଶା ଜନ୍ମିତ ୨୦୦୦ ବ୍ୟାଚ୍ ଡ. ମନୋଜ ମହାପାତ୍ର ଉତ୍ତର ଆମେରିକୀୟ ରାଷ୍ଟ୍ର ଅଲ୍ ସାଲଭେଡର ପାଇଁ ରାଷ୍ଟ୍ରଦୂତ ନିଯୁକ୍ତ ହୋଇଛନ୍ତି । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଡ. ମହାପାତ୍ର ବର୍ତ୍ତମାନ ଗୁଟେମାଲାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଆବସ୍ଥାପିତ ଅଛନ୍ତି ।
ପୂର୍ବରୁ ସେ ୱାସିଂଟନ୍ ସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟ କରିବା ସହ ନ୍ୟୁୟର୍କ ଠାରେ ଭାରତର କନସୁଲେଟ୍ ଜେନେରାଲ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ସେ ଗୁଟେମାଲା ଠାରେ ରହି ଅଲ୍ ସାଲଭେଡର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।