ଭାରତ ସହାୟତା ଆଶାରେ ରୁଷ୍

ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ବୈଠକ

ମସ୍କୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର୍ ପୁଟିନ୍‌ଙ୍କ ସହିତ କଥାବାର୍ତ୍ତା କରିଥିଲେ। ଶୁକ୍ରବାର ପୁଟିନ୍‌ଙ୍କ ତରଫରୁ ବିବୃତି ଜାରି କରି ସଂଯୁକ୍ତ ରାଷ୍ଟ୍ର ସଂଘରେ ଭାରତର ସହାୟତା ଆଶା କରାଯାଇଛି ।

ବିବୃତିରେ କୁହାଯାଇଛି ଯେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ବୈଠକରେ ଭାରତ ନିଶ୍ଚିତ ଭାବେ ରୁଷ୍‌ର ସମର୍ଥନ କରିବ । ଯଦି ସୁରକ୍ଷା ପରିଷଦ ବୈଠକରେ ରୁଷ୍ ବିରୋଧରେ କୌଣସି ରିଜୋଲୁସନ୍ ନିଆଯାଏ; ତେବେ ଭାରତର ସମର୍ଥନ ଓ ସହଯୋଗ ରୁଷ୍ ସରକାର ଆଶା କରନ୍ତି ବୋଲି ବିବୃତିରେ କୁହାଯାଇଛି ।