ମୌନୀ ରାୟଙ୍କ ଖୁବଶୀଘ୍ର ହାତଗଣ୍ଠି ପଡିବ

ନୂଆଦିଲ୍ଲୀ: ବଲିଉଡ ବି ଟାଉନରେ ଆରମ୍ଭ ହୋଇସାରିଛି ବିବାହ ଋତୁ । ଏହି ବିବାହ ଋତୁରେ ବଡବଡ ସେଲିବ୍ରିଟି ଷ୍ଟାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏ ସବୁ ମଧ୍ୟରେ ଏବେ ଆଉ ଜଣେ ବଲିଉଡ ଅଭିନେତ୍ରୀଙ୍କ ବିବାହକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଏକ ରିପୋର୍ଟ ଅନୁଯାୟୀ ମୌନୀ ରାୟ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ ବହୁ ସମୟ ଧରି ସୁରଜ ନାମ୍ବିଆରଙ୍କ ସହ ଲିଭ ଇନରେ ରହିଛନ୍ତି ।ଏନେଇ ଖୁବଶୀଘ୍ର ମୌନୀ- ସୁରଜଙ୍କ ସହ ଏକ ନୂଆ ଅଧ୍ୟ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ।

ଅନ୍ୟପକ୍ଷରେ ଏହି ବିବାହ ବିଦେଶରେ ହେବ ବୋଲି ଚର୍ଚ୍ଚା ଚାଲିଛି । ଉଭୟଙ୍କ ବାହାଘର ଦୁବାଇ କିମ୍ବା ଇଟାଲୀରେ ହୋଇପାରେ । ମୌନୀ ଓ ସୁରଜଙ୍କ ବାହାଘର ଆସନ୍ତା ଜାନୁଆରୀ ୨୭ରେ ହେବ ବୋଲି ବିଶେଷ ସୂତ୍ରର ପ୍ରକାଶ । ତେବେ ବିବାହ ନେଇ ଉଭୟ ଯୋଡି କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ଅନ୍ୟପକ୍ଷରେ ଉଭୟଙ୍କ ପରିବାର ମଧ୍ୟ ବିବାହକୁ ନେଇ ଆଲୋଚନା କରିଥିବା ଜଣାପଡିଛି