ବିପଦ ଆଣିବ ବଡ ବର୍ଷା!

ଭୁବେନଶ୍ୱର: ଆସନ୍ତାମାସ ପ୍ରଥମ ସପ୍ତାହରେ ଓଡିଶା ଉପକୂଳରେ ବାତ୍ୟା ଆଶଙ୍କା ରହିଛି । ଆସନ୍ତା ୨ ତାରିଖ ସୁଦ୍ଧା ଏହା ଘନୀଭୂତ ହୋଇ ବାତ୍ୟାରୂପ ନେଇପାରେ । ଏହା ପ୍ରଭାବରେ ଓଡିଶା ଉପକୂଳ ଏବଂ ଆଭ୍ୟନ୍ତରୀଣ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଯାହା ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଏହା ପ୍ରଭାବରେ ଉପକୂଳ ଓଡିଶା, ଆନ୍ଧ୍ର, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ଉପକୂଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ଆସନ୍ତା ୩-୪ ବେଳକୁ ଓଡିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି । ଅନ୍ୟପକ୍ଷରେ ଖୁବଶୀଘ୍ର ବାତ୍ୟା ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବ । ତେବେ ଲଘୁଚାପ ପ୍ରଭାବରେ ବର୍ଷା ହେବ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବର୍ତ୍ତମାନ ଧାନ କଟା ଓ ଅମଳ ସମୟ ହୋଇଥିବାରୁ ବର୍ଷା ହେଲେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ଅନୁମାନ କରାଯାଉଛି । ଆଗାମୀ ୪ ଦିନ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ । ଶୀତ ବୃଦ୍ଧି ପାଇବ । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ରହିଛି ।