ଖିଳେଶଙ୍କୁ ଚେକ୍‌ ଦେବା ମୁଡ୍‌ ରେ ମାୟାବତୀ

ନୂଆଦିଲ୍ଲୀ: ବେଶ କିଛି ବର୍ଷ ଧରି କ୍ଷମତାରୁ ଦୂରେଇ ରହିଛନ୍ତି ମାୟାବତୀ । ମାତ୍ର ରାଜନୀତି ମଇଦାନ ଛାଡ଼ିନାହାନ୍ତି । ଦେଶର ବିଭିନ୍ନ ରାଜ୍ୟରେ ମାୟାବତୀ ତାଙ୍କ ଦଳକୁ ପ୍ରତିଷ୍ଠା କରୁଥିବା ବେଳେ ଅଖିଲେଶ କେବଳ ୟୁପିରେ ସୀମିତ ରହିଛନ୍ତି । ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ନିରାଶ ହୋଇଛି । କିନ୍ତୁ ମାୟାବତୀ ତାଙ୍କ କୁହୁକ ଦେଖାଇ ପାରିଛନ୍ତି । ତିନୋଟି ଯାକ ରାଜ୍ୟରେ ବିଜେପି ଓ କଂଗ୍ରେସ କ୍ଷମତା ପଛରେ ବାଇ ହୋଇଥିବା ବେଳେ ମାୟାବତୀ ତାଙ୍କ ଚେରକୁ ଦୃଢ଼ କରିଛନ୍ତି ।

ଟିଆରଏସ୍‌ ଗଠନ କରି କେସିଆର ତେଲେଙ୍ଗାନାରେ ସରକାର ଗଠନ କଲେ । କିନ୍ତୁ ଭାରତ ରାଷ୍ଟ୍ର ସମିତି ଗଠନ କରୁକରୁ କେସିଆରଙ୍କ ହାତରୁ ତେଲଙ୍ଗାନା ଚାଲିଗଲା ।

ରାଜସ୍ଥାନରେ ମାୟାବତୀଙ୍କ ଦଳ ଦୁଇଟି ଆସନ ଦଖଲ କରିବାକୁ ସକ୍ଷମ ହୋଇଛି । ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମାୟାବତୀଙ୍କ ଦଳ ଅଖିଲେଶଙ୍କ ଦଳ ତୁଳନାରେ ଅଧିକ ଭୋଟ ପାଇଛି ।

ବହୁଜନ ସମାଜ ପାର୍ଟିକୁ ଜାତୀୟ ଦଳ ମାନ୍ୟତା ଦେବାକୁ ମାୟାବତୀ ଉଦ୍ୟମ କରୁଛନ୍ତି । ଅଖିଲେଶ କେବଳ ୟୁପି ଭିତରେ ରହି ଯାଉଛନ୍ତି । ସମାଜବାଦୀ ପାର୍ଟିକୁ ଜାତୀୟ ମାନ୍ୟତା ଦେବା ଯୁଦ୍ଧରେ ଅଖିଲେଶ ହାରି ଯାଉଛନ୍ତି ।