ମୋଦୀଙ୍କୁ ଭେଟିଲେ ମାନ

ପଞ୍ଜାବ: ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ ଦଳର ବୃହତ୍ତ ବିଜୟ ହୋଇଥିଲା । ସେହିପରି ଆପ ପାର୍ଟି ପକ୍ଷରୁ ଭଗବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଗୁରୁବାର ଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଭଗବନ୍ତ ମାନ କହିଛନ୍ତି ଯେ ରାଷ୍ଟ୍ରୀୟ ସୁରକ୍ଷା ଉପରେ ସାହଯ୍ୟ କରିବା ନେଇ ପ୍ରଧାନମନ୍ତ୍ରୀ ମୋତେ ଭରଷା ଦେଇଛନ୍ତି । ଅନ୍ୟପକ୍ଷରେ ପଞ୍ଜାବ ବିକାଶ ଲାଗି ୫୦ ହଜାର କୋଟ ଆର୍ଥିକ ସହାୟତା ନେଇ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି ମାନ୍‌ ।