ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର : ଗୋଟିଏ ଦିନର ଆଶ୍ୱସ୍ତି ପରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଗତ ୪ ଦିନ ମଧ୍ୟରେ ତୃତୀୟ ଥର ଦର ବୃଦ୍ଧି ହୋଇଛି । ଦିଲ୍ଲୀରେ ଲିଟର ପିଛା ୮୦ ପଇସା ଲେଖାଏଁ ମହଙ୍ଗା ହୋଇଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ୮୬ ଓ ଡିଜେଲରେ ୮୫ ପଇସା ବୃଦ୍ଧି ହୋଇଛି । ପେଟ୍ରୋଲ ଦର ୧୦୪.୩୭, ଡିଜେଲ ଦର ୯୪.୧୮ ଟଙ୍କା । ଗତ ମଙ୍ଗଳବାର ପ୍ରାୟ ୪ମାସ ବିରତି ପରେ ପ୍ରଥମ ଥର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିଲା ।