ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କୁ ଟାର୍ଗେଟ କଲେ ମେହବୁବା

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତୀବ୍ର ସମାଲୋଚନା…

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି । ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବା ସହ ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ସେ ପୂର୍ବତନ ରାଷ୍ଟ୍ରପତି ହେବା ମାତ୍ରେ ତାଙ୍କୁ ଟାର୍ଗେଟ କହିଛନ୍ତି ମୁଫତି । ଭାରତୀୟ ସମ୍ବିଧାନକୁ କ୍ଷତି ପହଞ୍ଚାଇ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଜେପିର ରାଜନୀତିକ ଏଜେଣ୍ଡାକୁ ପୂରଣ କରିଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ବିଦାୟୀ ରାଷ୍ଟ୍ରପତି ଏମିତ ଏକ ପରମ୍ପରା ପଛରେ ଛାଡ଼ି ଯାଇଛନ୍ତି ଯେଉଁଠି ଭାରତର ସମ୍ବିଧାନକୁ ବହୁତ ଥର କ୍ଷତି ପହଞ୍ଚା ଯାଇଛି । ଧାରା ୩୭୦ର ଉଚ୍ଛେଦ ହେଉ କିମ୍ବା ସିଏଏ ଲାଗୁ । ସେହିପରି ଲଜ୍ଜାହୀନ ଭାବେ ସଂଖ୍ୟାଲଘୁ ଓ ଦଳିତଙ୍କୁ ଟାର୍ଗେଟ କରାଯିବା ଘଟଣାରେ ସେ ସମ୍ବିଧାନର ମୂଲ୍ୟବୋଧକୁ ଉଲ୍ଲଙ୍ଘନ କରି ବିଜେପିର ରାଜନୀତିକ ଏଜେଣ୍ଡାକୁ ପୂରଣ କରିଛନ୍ତି ।