ସାଙ୍ଗର ଠେଙ୍ଗା ମାଡ଼ରେ ଗଲା ସାଙ୍ଗ ଜୀବନ

ସାଙ୍ଗର ଠେଙ୍ଗା ମାଡ଼ରେ ଅନ୍ୟଜଣେ ସାଙ୍ଗ ପ୍ରାଣ….

ଗଞ୍ଜାମ: । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡଆଗୁଳ ନିକଟସ୍ଥ ଗଙ୍ଗାପୁର ଗ୍ରାମରେ ଘଟିଛିି ଏକ ଅମାନୁଷିକ ହତ୍ୟାକାଣ୍ଡ । ମଦ୍ୟପାନ ପରେ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା ।

ଖବର ଅନୁଯାୟୀ ବଡଆଗୁଳ ଗାଁର ଅମର ମଲ୍ଲିକ ତାଙ୍କ ସାଙ୍ଗ ମୂଷା କରଣଙ୍କ ଘର ଆଗରେ ବସି ମଦ୍ୟପାନ କରିଥିଲେ । କୌଣସି କଥାକୁ ନେଇ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ବଚସା ଉଗ୍ରରୂପ ନେଇଥିଲା । ମୂଷା କରଣ ଏକ ଠେଙ୍ଗା ସାହାଯ୍ୟରେ ଅମରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ଗାଁ ଦାଣ୍ଡରେ ଟଳିପଡିଥିଲେ ଅମର । ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରୁ ଅମରଙ୍କୁ ଉଦ୍ଧାର କରି କବିସୂର୍ଯ୍ୟନଗର ମେଡିକାଲରେ ଭର୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂକ୍ରାନ୍ତରେ ଥାନାରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମୂଷା କରଣକୁ ଗିରଫ କରି କୋର୍ଟଚାଲାଣ କରିଛି ।