ଲିଭୁନି କାଲିଫର୍ଣ୍ଣିଆ ଜଙ୍ଗଲ ନିଆଁ

ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶରେ ଜଙ୍ଗଲ ନିଆଁ ବିସ୍ଫୋରକ….

ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶରେ ଜଙ୍ଗଲ ନିଆଁ ବିସ୍ଫୋରକ ରୂପ ନେଇଛି । ଏହାପରେ ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଜରୁରୀ ସ୍ଥିତି ଘୋଷଣା କରାଯାଇଛି । ୟୋସେମାଇଟ ନ୍ୟାସନାଲ ପାର୍କ ନିକଟରେ ଜଙ୍ଗଲ ନିଆଁ ଭୟଙ୍କର ଭାବେ ମାଡ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ ପାଇଁ ଅଗ୍ନିଶମ କର୍ମଚାରୀମାନେ ସଂଘର୍ଷ କରୁଛନ୍ତି । ଏହି ଭୟଙ୍କର ଜଙ୍ଗଲ ନିଆଁରେ ଏ ପର୍ଯ୍ୟନ୍ତ ୬,୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୦ରୁ ଊଦ୍ଧ୍ୱର ଘର ଧ୍ୱଂସ ହୋଇସାରିଲାଣି । ଏହାକୁ ଦୃଷ୍ଟିରେ ରଖି ମାରିପୋସା କାଉଣ୍ଟିରେ ଜରୁରି ସ୍ଥିତି ଘୋଷଣା କରାଯାଇଛି । ନଆଁ ଲିଭାଇବା ପାଇଁ ପ୍ରାୟ ୪୦୦ ଅଗ୍ନିଶମ କର୍ମଚାରୀ ଏବଂ ୪ ହେଲିକପ୍ଟର ମୁତୟନ କରାଯାଇଛି । ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିବେ ନାହିଁ ବୋଲି ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି । ଅନ୍ୟପକ୍ଷରେ କାଲିଫର୍ଣ୍ଣିଆ ଜଙ୍ଗଲରେ ନିଆଁ ଲାଗିବା କିଛି ନୂଆ କଥା ନୁହେଁ । କିନ୍ତୁ ଏହା ନିୟନ୍ତ୍ରଣ ବାହାରକୁ ଯାଇ ନଥିଲା । ଏବେ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଛି । ଆମେରିକାର ଅଧିକାଂଶ ଅଞ୍ଚଳରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ।