ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ସଂସଦୀୟ ସଦସ୍ୟମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ…..

ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ; ରାଜ୍ୟସଭାରେ ବିରୋଧୀ ଦଳ ନେତା ଶ୍ରୀ ମଲ୍ଲିକାର୍ଜୁନ ଖାର୍ଗେ; ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ; ସଂସଦ ସଦସ୍ୟ, ପୂର୍ବତନ ସଦସ୍ୟ ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଆଜି ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଲୋକସଭାର ମହାସଚିବ ଶ୍ରୀ ଉତ୍ପଳ କୁମାର ସିଂହ ଏବଂ ରାଜ୍ୟ ସଭାର ମହାସଚିବ ଶ୍ରୀ ପି.ସି. ମୋଦି ମଧ୍ୟ ଏହି ଅବସରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତିକୁ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ଏସ. ରାଧାକୃଷ୍ଣନ ୦୫ ମଇ ୧୯୬୬ରେ ସମ୍ବିଧାନ ସଦନ (ତତ୍କାଳୀନ ସଂସଦ ଭବନ)ର କେନ୍ଦ୍ରୀୟ ହଲରେ ଉନ୍ମୋଚନ କରିଥିଲେ।