ଘର ଉପରେ ଖସିଲା ଲଢିଆ ବିମାନ ‘ମିଗ୍‌-୨୧’; ୨ସାଧାରଣ ନାଗରିକଙ୍କର ମୃତ୍ୟୁ

ଜୟପୁର: ଆଜି ରାଜସ୍ଥାନର ହନୁମାନଗଡ଼ରେ ଭାରତୀୟ ବାୟୁସେନାର ଗୋଟାଏଲଢୁଆ ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଅନ୍ୟୂନ ୨ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା କଥା ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଯଶରାମ ବୋଷ କହିଥିବା କଥା ‘ନିଉଜ୍‌ ଏଜେନ୍‌ସି ପିଟିଆଇ’ ରିପୋର୍ଟ କରିଛି।ଲଢୁଆ ବିମାନଟି ନିୟମିତ ସଂକ୍ଷିପ୍ତ ଉଡ଼ାଣରେ ବାହାରି ଥିଲା। ସଂଗୃହୀତ ସୂଚନା ଅନୁସାରେ, ସୁରତଗଡ଼ରୁ ଉଡ଼ାଣ ଆରମ୍ଭ କରିଥିବା ଏହି ଲଢୁଆ ଜେଟ୍‌ଟି ହନୁମାନଗଡ଼ର ଦବଲୀ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇ ଗୋଟାଏ ଘର ଉପରେ ଖସି ପଡ଼ିବାରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କର ମୃତ୍ୟୁ ଘଟିଛି। ଜିଲ୍ଲା କଲେକ୍ଟର୍‌ ରୁକ୍ମଣୀ ରିୟାର୍‌ କହିଛନ୍ତି ଯେ, ସେ ଲଢୁଆ ବିମାନର ପାଇଲଟ୍‌ ସୁରକ୍ଷିତ ଅଛନ୍ତି।