ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧିଲା ଲଘୁଚାପ

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହିତ ବାତ୍ୟାର ଆଶଙ୍କା ଘନେଇଥିବା ବେଳେ ଲଘୁଚାପ ବଳୟ ସୃଷ୍ଟି ହେଇଛି । ସେପଟେ ପୁଣିଥରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇ ଥିବା ବେଳେ କଲି ଠାରୁ ପାଗ ପରିର୍ବତ୍ତନ ହେବ ସହିତ କାଲି ଠାରୁ ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । ବର୍ତ୍ତମାନ ରାଜ୍ୟର ୧୩ଟି ସ୍ଥାନରେ ଦିନର ତାପମାତ୍ରା ୩୭ ଡିଗ୍ରୀ ପାର କରିଥିବା ବେଳେ ସର୍ବାଦିକ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ବାତ୍ୟା ସମ୍ଭାବନା ଭିତରେ ରାଜ୍ୟରେ ଗରମର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତା କାଲି ଲଘୁଚାପ କ୍ଷେତ୍ର ଅବପାତ ରେ ପରିଣତ ହେବାନେଇ ସୂଚନା ମିଳିଛି। ଆସନ୍ତା ୧୦ତାରିଖରେ ଏହା ସାମୁଦ୍ରିକ ଝଡର ରୂପ ନେବ ।