କରୋନାରେ ଚାଲିଗଲା କୃଷି ମନ୍ତ୍ରୀଙ୍କ ଜୀବନ

ଚେନ୍ନାଇ: କରୋନାରେ ଆକ୍ରାନ୍ତ ହୋଇଥିବା ମନ୍ତ୍ରୀ ଦୋରାଇକ୍କାନ୍ନୁଙ୍କର ଗତକାଲି ରାତିରେ ମୃତ୍ୟୁ ହୋଇଛି। ତାମିଲନାଡୁର କୃଷି ମନ୍ତ୍ରୀ ଥିଲା ଦୋରାଇକ୍କାନ୍ନୁ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।

ତେବେ ଅକ୍ଟୋବର ୧୩ ତାରିଖରେ ଆର. ଦୋରାଇକ୍କାନ୍ନୁ କରୋନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସେହିଦିନ ଠାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସିଟି ସ୍କାନରୁ ତାଙ୍କ ଫୁସ୍‌ଫୁସ୍‌ର ୯୦ ପ୍ରତିଶତ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସେଥିପାଇଁ ତାଙ୍କୁ ଇସିଏମ୍‌ଓ (extracorporeal membrane oxygenation) ଏବଂ ଭେଣ୍ଟିଲେଣ୍ଟରରେ ରଖାଯାଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୧୧ଟା ୧୫ ମିନିଟ୍‌ରେ ଆର. ଦୋରାଇକ୍କାନ୍ନୁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଚିକିତ୍ସାଧୀନ ଥିବାବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ହସ୍‌ପିଟାଲ୍ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଆର. ଦୋରାଇକ୍କାନ୍ନୁଙ୍କ ପରଲୋକରେ ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଓ ମୁଖ୍ୟମନ୍ତ୍ରୀ ଇ.କେ ପଲାନିସ୍ୱାମୀ ଦୁଃଖ ପ୍ରକାଶ କରିଛନ୍ତି।