ବିଶ୍ୱ ନେତାଙ୍କୁ ପଛରେ ପକାଇ ଶୀର୍ଷରେ ମୋଦୀ

ନୂଆଦିଲ୍ଲୀ : ସାରା ବିଶ୍ୱ ନେତାଙ୍କୁ ପଛରେ ପକାଇ ଲୋକ ପ୍ରିୟତାର ଶୀର୍ଷରେ ରହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆମେରିକାର ଡାଟା କନସଲଟେନ୍ସି ଫାର୍ମା ପ୍ରକାଶ କରିଥିବା ଏହି ସୂଚୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତାରେ ବିଶ୍ୱର ଅନ୍ୟ କୌଣସି ନେତା ପହଞ୍ଚି ପାରିନାହାନ୍ତି । ବିଶ୍ୱ ନେତାଙ୍କ ଗ୍ଲୋବାଲ ଆପ୍ରୁଭାଲ ରେଟିଂକୁ ନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସୂଚୀର ସବୁଠାରୁ ଆଗରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ଲୋବାଲ ରେଟିଂ ୭୧% ରହିଛି ।

ସେହିପରି ତାଙ୍କ ପଛକୁ ମେକ୍ସିକୋର ରାଷ୍ଟ୍ରପତି ଏଣ୍ଡ୍ରେସ ମେନୁଆଲ ଲୋପେଜ ଓବ୍ରେଡୋର ୬୬% ରେଟିଂ ସହ ଦ୍ୱିତୀୟ, ଇଟାଲୀର ପ୍ରଧାନମନ୍ତ୍ରୀ ମାରିୟୋ ଦ୍ରଘି ୬୦% ରେଟିଂ ସହ ତୃତୀୟ ଓ ୪୩% ରେଟିଂ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଷଷ୍ଠ ସ୍ଥାନରେ ରହିଛନ୍ତି ।