ପ୍ରିଣ୍ଟିଂ-ଡାଇଙ୍ଗ ମିଲରେ ଅଗ୍ନିକାଣ୍ଡରେ ୩ ମୃତ୍ୟୁ

ସୁରଟ: ସୁରଟ ଜିଲ୍ଲାର ପାଲସାନାରେ ଥିବା ପ୍ରିଣ୍ଟିଂ-ଡାଇଙ୍ଗ ମିଲରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି । ଖବର ପାଇଁ ଅଗ୍ନିଶମ ବିଭାଗ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ । ଏକ ରିପୋର୍ଟରୁ ପ୍ରକାଶ ଯେ, ସର୍ଟ ସର୍କିଟ ଯୋଗୁ ପ୍ରିଣ୍ଟିଂ ମିଲରେ ନିଆଁ ଲାଗି ଚାରିଆଡକୁ ବ୍ୟାପିଥିଲା । ଏହି ମିଲରେ ବିପୁଳ ପରିମାଣର ସାମଗ୍ରୀ ମହଜୁଦ୍‌ ଥିବାରୁ ସେସବୁ ନିଆଁ ଲାଗି ଜଳିଯାଇଥିଲା । ସେହିପରି ମିଲରେ କାର୍ଯ୍ୟରତ ଥିବା ୩ ଜଣ ଶ୍ରମିକ ଜଳିଯାଇଥିବା ସୂଚନା ମିଳିଛି ।

ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ମିଲରେ ଅଗ୍ନିକାଣ୍ଡ ପାଇଁ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ପରେ ସର୍ଟ ସର୍କିଟ୍‌ ହୋଇ ଏହି ଘଟଣା ଘଟିଛି । ଏହି ମିଲ୍‌ରେ ଜ୍ୱଳନଶୀଳ ରାସାୟନିକ ପଦାର୍ଥ, ରଙ୍ଗ ଏବଂ ସୂତା ହେତୁ ନିଆଁ ଶୀଘ୍ର ଲାଗି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ବହୁ ପରିମାଣର ପୋଷାକ ଏବଂ କଞ୍ଚାମାଲ ମଧ୍ୟ ଜଳିପୋଡି ପାଉଁଶ ହୋଇଥିବା ଜଣାପଡିଛି ।