ବାଲଟ ମତଦାନକୁ ମୋଦିଜୀଙ୍କ ଜବାବ ‘ଛି’

ନୂଆଦିଲ୍ଲୀ: ସିଧାସଳଖ ନୁହେଁ; ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୧୩୫ କୋଟି ଜନତାଙ୍କୁ ଜଣାଇ ଦେଇଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନରେ ବାଲଟ ମତଦାନକୁ ପ୍ରଶ୍ରୟ ଦିଆଯିବନି । ଯୋଉ ବିଜେପି ଅତୀତରେ ଇଭିଏମ ମତଦାନକୁ ତୀବ୍ର ପ୍ରତିବାଦ କରୁଥିଲା; ସେହି ବିଜେପି ଏବେ ଇଭିଏମ ମାୟାରେ ପଡ଼ି ଯାଇଛି ।

ଇଭିଏମ ଜରିଆରେ ଭୋଟରଙ୍କ ଭାବାବେଗକୁ ସହଜରେ କ୍ଷମତାସୀନ ମେଂଟ ଆଡକୁ ମୋଡ଼ି ଦେଇହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣି ପାରିଛନ୍ତି । ତେଣୁ କୌଣସି ପରିସ୍ଥିତିରେ ବାଲଟ ମତଦାନକୁ ଗ୍ରହଣ କରିବାକୁ ମୋଦିଜୀ ରାଜି ନୁହନ୍ତି । ମୋଦି ସବୁବେଳେ ଆପଣା ଫାଇଦାକୁ ପ୍ରାଥମିକତା ଦେଇ ଆସିଛନ୍ତି । ତୃତୀୟ ଥର ସହଜରେ ପ୍ରଧାନମନ୍ତ୍ରୀ ହୋଇ ଜବାହରଲାଲଙ୍କ ସମକକ୍ଷ ହେବାର ଅଭିଳାଷଟି ପୂରଣ ନହେବା ପର୍ଯ୍ୟନ୍ତ ମୋଦିଜୀ ବାଲଟ୍‌ ପେପରକୁ ଗ୍ରହଣ କରି ପାରିବେନି ।