ମୁମ୍ବାଇକୁ ଝଟକା : ରୋହିତଙ୍କୁ ୧୨ ଲକ୍ଷ ଜୋରିମାନା

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ-୨୦୨୨) ସଂସ୍କରଣରେ ଖେଳାଯାଇଥିବା ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ପରାସ୍ତ ହୋଇଥିବା ବେଳେ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କାର ଜୋରିମାନା ହୋଇଛି । ଏହି ମ୍ୟାଚରେ ରୋହିତଙ୍କ ଦଳ ନିର୍ଦ୍ଧାରିତ ସମୟ ବୋଲିଂ କରିପାରି ନଥିଲା । ତେବେ ଏହା ରୋହିତଙ୍କ ପ୍ରଥମ ଭୁଲ ହୋଇଥିବାରୁ ତାଙ୍କୁ କେବଳ ଜୋରିମାନା କରାଯାଇଛି ।