ମହାରାଷ୍ଟ୍ର ସରକାରଙ୍କ ବଡ ନିଷ୍ପତ୍ତି

ପ୍ରତ୍ୟାହାର ହେବ ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କ ମାମଲା

ମହାରାଷ୍ଟ୍ର: ମହାରାଷ୍ଟ୍ର ସରକାର ଏକ ବଡ ଘୋଷାଣ କରିଛନ୍ତି । ଏହି ଘୋଷରା ଦ୍ୱାରା ଅନେକ ଲୋକଙ୍କୁ ଫାଇଦା ମିଳିବ । ସୂଚନାଯୋଗ୍ୟ ଯେ, ଦେଶରେ ଲାଗୁ ହୋଇଥିବା କୋଭିଡ ଜନିତ ଲକଡାଉନ ସମୟରେ ନିୟମ ଉଲ୍ଲଂଘନ କରିଥିବା ଲୋକଙ୍କ ଉପରେ ଦାୟର କରିଥିବା ମାମଲାକୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତ ମହାରାଷ୍ଟ୍ର ସରକାର । ଏନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ । ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ପ୍ରତ୍ୟାହାର ପ୍ର୍ରକ୍ରିୟା ଆରମ୍ଭ ହେବ ବୋଲି ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଛନ୍ତି ।